ଅଜାଦି କି ଅମୃତ ମହୋତ୍ସବ ଅବସରରେ ବିଜେପିର ରକ୍ତଦାନ ଶିବିର ଅନୁଷ୍ଠିତ

Spread the love

ଖଇରା,(ନାଗରାଜ ନ୍ୟୁଜ): ଆଜାଦି କି ଅମୃତ ମହୋତ୍ସବ ପାଳନ ଅବସରରେ ଖଇରା ବ୍ଳକ ତୁରିଗଡ଼ିଆ ଯୋନର ସମାଜସେବୀ ତଥା ବରିଷ୍ଠ ବିଜେପି ନେତା ରତ୍ନାକର ବେହେରା ଏବଂ ବିଜେପି ଯୁବନେତା ଇଂ ରାଜେଶ ମୋହାକୁଡଙ୍କ ନେତୃତ୍ଵରେ ଏକ ବିଶାଳ ରକ୍ତ ଦାନ ଶିବିର କୁରୁଣ୍ଟI ପଞ୍ଚାୟତ କଲିହା ଗ୍ରାମରେ ଥିବା ରତ୍ନାକର ବେହେରାଙ୍କ ଫାର୍ମହାଉସରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ମୁଖ୍ୟ ଅତିଥିଭାବେ ଖଈରା ବ୍ଲକ ଅଧ୍ୟକ୍ଷା ଅଭିଲିପ୍ସା ସାହୁ ଯୋଗ ଦେଇ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥିଭାବେ ଡାଃ. ଅରୁଣା ଜଗଦେବ୍, ବରିଷ୍ଠ ବିଜେପି ନେତା ସୁଶାନ୍ତ ମୋହାକୁଡ଼,କୁରୁଣ୍ଟା ପଞ୍ଚାୟତ ସରପଞ୍ଚ ରଘୁନାଥ ଜେନା, ସମିତି ସଭ୍ୟା କମଳୀନୀ ମାଝୀ,ଏବଂ ଅଞ୍ଚଳର ପ୍ରାକ୍ତନ ଶିକ୍ଷକ ଅଜୟ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।ଏହି ଅବସରରେ ୬୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା,ଉପସ୍ଥିତ ଅତିଥିମାନେ ରକ୍ତ ଦାତାଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମକୁ ବିଜେପି ନେତା ରତ୍ନାକର ବେହେରା,ଇଂ ରାଜେଶ ମୋହାକୁଡ଼ଙ୍କ ସମେତ ଯୁବ ନେତା ମାନସ ବେହେରା,କମଳାକାନ୍ତ ଜେନା,ଜ୍ୟୋତିରଞ୍ଜନ ପାଢ଼ୀ,ଦୀପକ ପଣ୍ଡା,ଲମ୍ବୋଦର ବେହେରା,କମଳାକାନ୍ତ ପାଢୀ, ଅଭିଳାଷ ବାରିକ୍,କମଳ ଲୋଚନ ପ୍ରଧାନଙ୍କ ସମେତ ଅଞ୍ଚଳର ବିଜେପି ନେତା ଏବଂ କର୍ମୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

ବାଲେଶ୍ଵର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *