ବିଦ୍ୟୁତ ବୃଦ୍ଧି ଓ ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

Spread the love

ବାଙ୍କୀ: ଅହେତୁକ ବିଦ୍ୟୁତ ବୁଦ୍ଧି ଓ ଅଘୋଷିତ ବିଦ୍ୟୁତ କାଟକୁ ପ୍ରତିବାଦ କରି ରାଜ୍ୟ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିଯାଇଥିଲା । ବାଙ୍କୀ ବିଜେପି ପକ୍ଷରୁ ଶତାଧିକ ବିଜେପି କର୍ମୀ ବିଦ୍ୟୁତ ବିଭାଗର ମୁଖ୍ୟ ଫାଟକ ତାଲା ଭାଙ୍ଗି ଧସେଇ ପସିବା ସହିତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରିଥିଲେ । ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ ନେଇ ପୋଲିସ ମୁତୟନ ଥିବାବେଳେ ସେମାନଙ୍କୁ ଖାତିର ନକରି ଏହି ବିକ୍ଷୋଭ ପଦର୍ଶନରେ ସାମିଲ ଥିଲେ ଶତାଧିକ ବିଜେପି କର୍ମୀ ।

ବାଙ୍କୀର ବିଜେପି ନେତା ଶୁଭ୍ରାଂଶୁ ମୋହନ ପାଢ଼ୀଙ୍କ ନେତୃତ୍ୱରେ ଗତକାଲି ବିଜେପି ପାର୍ଟି କାର୍ଯ୍ୟାଳୟ ଠାରୁ ହାତରେ ପ୍ଲା କାର୍ଡ ଧରି ଏକ ରାଲି ବାହାରି ବାଙ୍କୀ ସହର ପରିକ୍ରମା କରି ବିଦ୍ୟୁତ ବିଭାଗର ମୁଖ୍ୟ କାର୍ଯ୍ୟାଳୟ ଠାରେ ପହଁଚିଥିଲା । ସେଠାରେ ବିଦ୍ୟୁତ ଶୁଳ୍କ ବୃଦ୍ଧି ଓ ଅଘୋଷିତ ବିଦ୍ୟୁତ କାଟକୁ ପ୍ରତିବାଦ କରି ବିକ୍ଷୋଭ ପଦର୍ଶନ କରିଥିଲେ । ଏହାସହିତ ରାଜ୍ୟସରକାର ଯଦି ବିଦ୍ୟୁତ ବୃଦ୍ଧିକୁ କମ କରିବା ସହିତ ଅଘୋଷିତ ବିଦ୍ୟୁତ କାଟ ବନ୍ଦ ନକରିନ୍ତି ତେବେ ଅଗାମି ଦିନରେ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ କରାଯାଇ ସମ୍ପୂର୍ଣ୍ଣ ବାଙ୍କୀରେ ଅଖ ଚକ ବନ୍ଦ କରାଯିବ ବୋଲି ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି ।

Leave a Reply

Your email address will not be published. Required fields are marked *