କେନ୍ଦ୍ରମନ୍ତ୍ରୀଙ୍କ ସହିତ ପଖାଳ ଦିବସ ପାଳିଲେ ବିଜେପି ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ ଦାସ

Spread the love

ବାଲେଶ୍ୱର,(ନାଗରାଜ ନ୍ୟୁଜ): ପଖାଳକୁ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ଭାବେ ବିବେଚନା କରାଯାଏ।ଏହି ପଖାଳ ଓଡ଼ିଆଙ୍କୁ ସ୍ଵତନ୍ତ୍ର ପରିଚୟ ଦେଇଥାଏ।ପ୍ରତ୍ୟକ ବର୍ଷ ମାର୍ଚ୍ଚ ୨୦ତାରିଖରେ ସାରା ଦେଶରେ ପଖାଳ ଦିବସ ପାଳନ ହୋଇଥାଏ।ବିଶେଷ କରି ଦେଶ ବିଦେଶରେ ଥିବା ଓଡ଼ିଆ ମାନେ ଏହି ଦିବସ ବେସ ଉତ୍ସାହର ସହିତ ପାଳନ କରିଥାନ୍ତି।ସେହିଭଳି ଆଜି ପଖାଳ ଦିବସ ହୋଇଥିବାରୁ ବିଜେପି ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ ଦାସ କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ପଖାଳ ଖାଇ ପଖାଳ ଦିବସ ପାଳନ କରିଛନ୍ତି।ଏହାର ଫଟୋ ଏବଂ ଭିଡ଼ିଓ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ନିଜର ଫେସବୁକ,ଟ୍ୱିଟର ଏବଂ ଇଂଷ୍ଟାଗ୍ରାମ ଆଇଡିରେ ପୋଷ୍ଟ କରି ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ଏହି ଫଟୋ ଭିଡ଼ିଓ ଏବେ ବେସ ଭାଇରାଲ ହେଉଥିବାବେଳେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସହିତ ରାଜ୍ୟ ବିଜେପି ମୁଖପାତ୍ର ଠାକୁର ରଞ୍ଜିତ ଦାସ ପଖାଳ ଖାଇ ପଖାଳ ଦିବସ ପାଳନ କରୁଥିବା ଦେଖିବାକୁ ମିଳିଛି।ଶ୍ରୀ ଦାସଙ୍କ ଘର ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧିନ ପାର୍ବତୀପୁର ଗାଁରେ ହୋଇଥିବାବେଳେ ସେ ଖଇରା, ସିମୁଳିଆ ଅଞ୍ଚଳର ବିକାଶ ଏବଂ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ସମୟରେ କେନ୍ଦ୍ର ନେତୃତ୍ୱଙ୍କ ସମେତ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ବିଭିନ୍ନ ବିଭାଗର କେନ୍ଦ୍ର ମନ୍ତ୍ରୀଙ୍କ ନିକଟରେ ଦାବିପତ୍ର ଉପସ୍ଥାପନା କରି ବେସ ଚର୍ଚ୍ଚାରେ ରହିଥାନ୍ତି।ଠିକ୍ ସେହିଭଳି ଶ୍ରୀ ଦାସ କୌଣସି କାର୍ଯ୍ୟରେ ଦିଲ୍ଲୀ ଯାଇଥିବା ବେଳେ କେନ୍ଦ୍ରମନ୍ତ୍ରୀଙ୍କ ସହ ପଖାଳ ଖାଇ ପଖାଳ ଦିବସ ପାଳନ କରିଥିବାରୁ ଖଇରା,ସିମୁଳିଆ ବାସୀ ଶ୍ରୀ ଦାସଙ୍କୁ ନେଇ ବେସ ଗର୍ବ ଅନୁଭବ କରୁଥିବା ବେଳେ ଅନେକ ବ୍ୟକ୍ତି ଏହି ଫଟୋକୁ ନିଜ ନିଜ ଆକାଉଣ୍ଟରେ ପୋଷ୍ଟ କରି ଗର୍ବିତ ଅନୁଭବ କରୁଥିବା ଦର୍ଶାଇବା ସହିତ ଶ୍ରୀ ଦାସଙ୍କୁ ଅଭିନନ୍ଦନ ଜଣାଇଛନ୍ତି .

ବାଲେଶ୍ବର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *