ବାରବାଟି ଷ୍ଟାଡିୟମ୍ ଠାରେ ଭାରତ ଓ ବାଂଲାଦେଶ ମଧ୍ୟରେ ଦୃଷ୍ଟିହୀନ ଟି ୨୦ କ୍ରିକେଟ ମ୍ୟାଚ୍ ହେବ ଅନୁଷ୍ଠିତ

Spread the love

କଟକ,(ନାଗରାଜ ନ୍ୟୁଜ): ଆସନ୍ତା ୧୩ ତାରିଖ ମଙ୍ଗଳବାର ଦିନ ବାରବାଟି ଷ୍ଟାଡିୟମ୍ ଠାରେ ଭାରତ ଓ ବାଂଲାଦେଶ ମଧ୍ୟରେ ଦୃଷ୍ଟିହୀନ ଟି ୨୦ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହେବ। ପୂର୍ବରୁ ଭାରତୀୟ ଦୃଷ୍ଟିହୀନ ଦଳ ଦୁଇଟି ମ୍ୟାଚ୍ କବଜା କରିଛି। ବାରବାଟି ଷ୍ଟାଡିୟମ୍ ଠାରେ ତୃତୀୟ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଯାଉଛି। ବାଂଲାଦେଶ ଏବଂ ଭାରତ ଉଭୟ ଏହି ମ୍ୟାଚ୍ ଜିତିବା ପାଇଁ ଆଶାବାଦୀ ଅଛନ୍ତି। ସକାଳ ୧୦.୧୫ ମି ରେ ଟସ୍ ପକାଯାଇ ୧୦.୩୦ରେ ଖେଳ ଆରମ୍ଭ ହେବ। ୨୦ ଓଭର ଏହି ଖେଳ ଖେଳାଯିବ। ଆଜି ଓ ସି ଏ ସମ୍ମିଳନୀ କକ୍ଷ ଠାରେ ଭାରତୀୟ ଦଳର ଅଧିନାୟକ ଅଜୟ କୁମାର ରେଡ୍ଡୀ ଏବଂ କୋଚ ଆସିବ ବାସା ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକ ମାନଙ୍କୁ ଦୃଷ୍ଟିହୀନ ତୃତୀୟ ଟି ୨୦ ମ୍ୟାଚ୍ ସମ୍ପର୍କରେ ସୂଚନା ଦେଇଥିଲେ । ଉଭୟ ଦଳ ଆଜି ଭୁବନେଶ୍ୱର ଠାରେ ପହଞ୍ଚି ଯାଇଛନ୍ତି। ଉଭୟ ଦଳଙ୍କୁ ଆସନ୍ତା କାଲି ବାରବାଟି ଷ୍ଟାଡିୟମ୍ କୁ ଅଣାଯିବ। ଭାରତୀୟ ଦଳରେ ଏକ ମାତ୍ର ଓଡ଼ିଆ ଭାବେ ନକୁଳ ବଡନାୟକ ସ୍ଥାନ ପାଇଛନ୍ତି। ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଦୃଷ୍ଟିହୀନ ମ୍ୟାଚ୍ ପାଇଁ ପ୍ରସ୍ତୁତି ଶେଷ ହୋଇଯାଇଛି।

Leave a Reply

Your email address will not be published. Required fields are marked *