ଶଗଡଘାଟରେ ବ୍ଲକ ସ୍ତରୀୟ ବିଶାଳ ଆଦିବାସୀ ମେଳା

Spread the love

 

ଟିଟିଲାଗଡ଼, (ନାଗରାଜ ନ୍ୟୁଜ): ଜିଲ୍ଳା ଆଦିବାସୀ କଲ୍ୟାଣ ସଙ୍ଘର ଆହ୍ୱାନ କ୍ରମେ ଟିଟିଲାଗଡ଼ ବ୍ଲକ ସ୍ତରୀୟ ବିଶାଳ ସଶସ୍ତ୍ର ସାଂସ୍କୃତିକ ଶୋଭାଯାତ୍ରା ଏବଂ ବିଶାଳ ମେଳି ସଗଡଘାଟ ଠାରେ ଅନୁଷ୍ଠିତ ହୋଇଯାଇଛି । ଆଦିବାସୀ ମାନେ ପାରମ୍ପରିକ ବେଶ ଭୁସା, ଡକା ବାଦ୍ୟ ଅସ୍ତ୍ର ଶସ୍ତ୍ର ସହିତ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ବାହାରି ଶଗଡ଼ ଘାଟ ଏବଂ ଶିକେର ଗା ର ଇଷ୍ଟ ଦେବୀ ଧରଣୀଙ୍କୁ ପୂଜାର୍ଚନା କରିଥିଲେ ।

ଧରଣୀ ପୀଠରୁ ଶୋଭାଯାତ୍ରାରେ ଆସି ସ୍ଥାନୀୟ ପଞ୍ଚାୟତ ପରିସରରେ ସଭା କରିଥିଲେ । ସଂଘର ବ୍ଲକ ସଭାପତି ପଦ୍ମନ ପ୍ରଧାନୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଆଦିବାସୀ ନେତା ମାନେ ଦାବୀ କରିଥିଲେ ଯେ କରୋନା ମହାମାରୀ ଶିକ୍ଷା ବର୍ଷ ରେ ଅନଲାଇନ ପାଠପଢା ପାଇଁ ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କୁ ମାଗଣାରେ ସ୍ମାର୍ଟ ମୋବାଇଲ ଫୋନ ପ୍ରଦାନ, କଲେଜ ରେ ଦ୍ୱୟମୁକ୍ତ ଏଡ଼ମିସନ, ସମ୍ଭାବ୍ୟ ମରୁଡି ପରିସ୍ଥିତି ରେ ଆଦିବାସୀ ଚାଷୀ ମାନଙ୍କୁ ମାଗଣା ଜଳସେଚନ ପ୍ରକଳ୍ପ, କୁଅଁ, ଗଭୀର ନଳକୂପ ଖନନ, ବିଦ୍ୟୁତ ବିଲ ଛାଡ, ଅଚଳ ଇରିଗେସନ ପଏଣ୍ଟ ଗୁଡିକ ମରାମତି, ପ୍ରତି ଆଦିବାସୀ ପରିବାରର କୁ ସ୍ବତନ୍ତ୍ର କୋଭିଡ ପ୍ୟାକେଜ ରେ ୧୦ ହଜାର ଟଙ୍କା ଆର୍ଥିକ ସହାୟତା, ନକଲି ଆଦିବାସୀ କର୍ମଚାରୀ ମାନଙ୍କୁ ବହିସ୍କୃତ କରି ଗିରଫ କରିବା, ଅଣ ଆଦିବାସି ଓ ଜବର ଦଖଲ ବେଆଇନ ଦଖଲ ରେ ଥିବା ଆଦିବାସି ଜମି ଫେରସ୍ତ, ଆଦିବାସୀ ଜମିକୁ ନକଲି ଆଦିବାସୀ ଭୋଗ ଦଖଲ ମୁକ୍ତ, ଆଦିବାସୀଙ୍କ ଜଙ୍ଗଲ ଜମି ଅଧିକାର ସ୍ୱୀକୃତି ଆଇନ ଅନୁସାରେ ଦାବିଦାର ଆଦିବାସୀ ମାନଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ, ଅନୁସୂଚିତ ଜନ ଜାତି ନିର୍ୟ୍ୟାତନା ନିବାରଣ ଆଇନ ଅନୁସାରେ ଦୋଷୀ ମାନଙ୍କୁ ଗିରଫ କରି ପୀଡିତ ଆଦିବାସୀ ପରିବାରକୁ ସୁରକ୍ଷା, ଆଦିବାସୀ ଭାଷା, ସଂସ୍କୃତି, ପ୍ରଥା ପରମ୍ପରା, ଦେବା ଦେବୀ ପୂଜା ପୀଠସ୍ଥଳୀ, ଝାଂକରି ଜମି ସୁରକ୍ଷା, ସଂରକ୍ଷଣ ପୁନଃ ପ୍ରଚଳନ କରିବା, ମେଡିକାଲ,  ଚଳିତ ବର୍ଷ ୨୦୨୧ ଜନଗଣନାରେ ଆଦିବାସୀ ଧର୍ମ କୋଡ଼ ଘୋଷଣା କରିବାକୁ ଓଡିଶା ସରକାର ପଦକ୍ଷେପ ନେବାକୁ ଦାବିକରାଯାଇଥିଲା ।

ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘର ମହାହାଚିବ ନିରଞ୍ଜନ ବିଶି, ଟିଟିଲାଗଡ଼ ବ୍ଲକ ସଭାପତି ପଦ୍ମନ ପ୍ରଧାନୀ, ବଙ୍ଗୋମୁଣ୍ଡା ବ୍ଲକ ସଭାପତି ଶରତ ଚନ୍ଦ୍ର ସିଂ ଭୋଇ, ମୁରିବାହାଲ ବ୍ଲକ କାର୍ୟ୍ୟକାରୀ ସଭାପତି ରାଜୀବ କୁଅଁର,କାର୍ୟ୍ୟକାରୀ ସଭାପତି ବନଲତା ମାଝୀ, ଜିଲ୍ଳା ସଂପାଦକ ହେମେନ୍ଦ୍ର ନାଥ ହାଁସଦା, ପ୍ରମୁଖ ଉଦବୋଧନ ଦେଇଥିଲେ। ମଞ୍ଚରେ ଆଦିବାସୀ ନେତା ପୁରୁଷୋତ୍ତମ ଧରୁଆ, ଗୀତାଞ୍ଜଳି ଭୋଇ, ରୀନା ମାଝୀ, ଶତ୍ରୁଘ୍ନ ମାଝୀ, ସରପଞ୍ଚ ସସ୍ମିତା ଭୋଇ, ଗୋଲକ ସିଂ ଭୋଇ, ହରି ମାଝୀ, ସୁଦାମ ମାଝୀ, ଆସିବାସୀ ବରିଷ୍ଠ ନେତା ଦେବ ସିଂ ମାଝୀ, ଇନ୍ଦ୍ରମଣି ମାଝୀ, ଘାସିରାମ ମାଝୀ, ନିତ୍ୟାନନ୍ଦ ମାଝୀ, ପ୍ରଫୁଲ୍ଲ ପ୍ରଧାନୀ,ସୁନୀଲ ମାଝୀ, ଜଗନ୍ନାଥ ମାଝୀ, ଚୈତନ୍ୟ ମାଝୀ, ଥବିର ପୁଝାରୀ, ବିଭୀଷଣ ମାଝୀ, ସୁଭାଷ ଭୋଇ, କଣ୍ଠ ମାଝୀ, ସନ୍ତୋଷ ମାଝୀ, ପ୍ରବୀର ମାଝୀ, ମନୋଜ ମାଝୀ, ନାରୀ ନେତ୍ରୀ ମାହେଶ୍ୱରୀ ମାଝୀ, ପତରଙ୍ଗୀ ମାଝୀ ପ୍ରମୁଖ ମଞ୍ଚାସିନ ଥିଲେ । ୩ ହଜାରରୁ ଉର୍ଦ୍ଧ ଆଦିବାସୀ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *