କାହା ପାଇଁ ବ୍ଲକସ୍ତରୀୟ ଜନ ଶୁଣାଣି ଶିବିର, ଶ୍ରମିକ ମାନଙ୍କ ଦେଖା ନାହିଁ ଦଳୀୟ କର୍ମୀଙ୍କ ଭିଡ଼

Spread the love

ବେଲପଡା, (ନାଗରାଜ ନ୍ୟୁଜ): ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ କାର୍ଯ୍ୟାଳୟ ସଭା ଗୃହ ଠାରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୨୦୧୩, ଆଇ ସି ଡ଼ି ଏସ ଯୋଜନା, ମମତା ଯୋଜନା ର ୨୦୨୦-୨୧ ଆର୍ଥିକ ବର୍ଷ ର ବ୍ଲକ ସ୍ତରୀୟ ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି। ଯେଉଁଥିରେ ବ୍ଲକର ଶ୍ରମିକ ଓ ଜନ ସାଧାରଣ ମାନଙ୍କୁ ଆର୍ଥିକ ବର୍ଷ ରେ କେତେ ଦିନ ଶ୍ରମ ଦିବସ ସୃଷ୍ଟି ହୋଇଛି. ଉକ୍ତ ଯୋଜନାରେ ରେ କେତେ ଜଣ ଶ୍ରମିକ ନିଯୁକ୍ତି ପାଇଥିଲେ | ଆର୍ଥିକ ବର୍ଷ ରେ ଅନୁଦାନ ଅର୍ଥ ର ବିବରଣୀ, ମାଷ୍ଟର ରୋଲ ଆଦି ବିଷୟରେ ଜନ ଶିବିର ରେ ତାହାର ସ୍ୱଚ୍ଛତା ଆଣିବା ପାଇଁ ଅନୁଷ୍ଠିତ ହୋଇଥାଏ | କିନ୍ତୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏହାର ବ୍ୟତିକ୍ରମ କରିଥିବା ଦେଖିବାକୁ ମିଳୁଛି ପ୍ରସାର ପ୍ରଚାର ତ ଦୂରର କଥା ଶ୍ରମିକ ମାନଙ୍କୁ ଜଣ ଶୁଣାଣି ବିଷୟରେ କିଛି ସୂଚନା ଦିଆଯାଇ ନାହିଁ |. ଶିବିର ରେ କେବଳ ଦଳୀୟ କର୍ମୀ, ନେତା, ଓ ପ୍ରଶାସନ ଅଧିକାରୀ ମାନେ ସାମିଲ ରହି ଜନ ଶୁଣାଣି ଶିବର କୁ ଶେଷ କରିଦେଇଥିବା ଦେଖିବାକୁ ମିଲିଛି .| ଏପରିକି ଉକ୍ତ କାର୍ଯ୍ୟକ୍ରମରେ ବେଲପଡା ବ୍ଲକ ର ଜୋନ 25ଏବଂ26 ନମ୍ବର ଜିଲ୍ଲା ପରିଷଦ ମାନଙ୍କୁ ମଧ୍ୟ୍ୟ ପାତର ଅନ୍ତର କରାଯାଇଥିବା ଅଭିଯୋଗ ହେଉଛି |

 

ଯେହେତୁ ସେମାନେ ବିଜେପି ଦଳର ବୋଲି |ଅନ୍ୟପଟେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ମଧ୍ୟ ଜନ ଶୁଣାଣି ଶିବିର ବିଷୟରେ କୌଣସି ସୂଚନା ଦିଆଯାଇନଥିବା.ଯୋଗୁ ବେଲପଡା ବ୍ଲକ ର କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ଙ୍କ ମଧ୍ୟରେ ଆସନ୍ତ୍ତୋଷ ପ୍ରକାଶ କରିଛନ୍ତି |ବେଲପଡା ଏକ ଦାଦନ ପ୍ରବଣ ଅଞ୍ଚଳ ହୋଇଥିବାରୁ ସରକାର ତରଫରୁ ବିଭିନ୍ନ ଯୋଜନା ମାନ କାର୍ଯ୍ୟକାରୀ ହେଉଛି |କିନ୍ତୁ ସ୍ଥାନୀୟ ପ୍ରଶାସନ କେତେକ ଲୋକଙ୍କୁ ନେଇ ଜନଶୁଣାଣୀ ଶିବିର ଆୟୋଜନ କରିଥିବାରୁ ଏହା କାହା ସ୍ୱାର୍ଥରେ ବୋଲି ସାଧାରଣ ରେ ଆଲୋଚନା ର ବିଷୟ ପାଲଟିଛି |ଏହି ଜନ ଶୁଣାଣି ଶିବିର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସାରଥୀ ସାହୁ ନେତୃତ୍ୱ ରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର, ସମ୍ମାନିତ ଅତିଥି ରୂପେ ବ୍ଲକ ଅଧକ୍ଷ୍ୟା ଟିନା କୁମ୍ଭାର,ଉପାଧକ୍ଷ୍ୟା ଦୁର୍ୟୋଧନ କୁମ୍ଭାର, ବିଧାୟକ ପ୍ରତିନିଧି ଗଣେଶ କୁମ୍ଭାର, ଜିଲାପରିସଦ ସଦସ୍ୟ ଜୟ ଧାରୁଆ,ସିଡିପିଓ ମୃଣ୍ମୟୀ ଭୋଇ ପ୍ରମୁଖ ଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ |ଏନେଇ ଅଧିକାରୀ ମାନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ |

Leave a Reply

Your email address will not be published. Required fields are marked *