କୁତ୍ରାରେ ବ୍ଳକସ୍ତରିୟ ବିଜ୍ଞାନମେଳା

Spread the love

ସୁନ୍ଦରଗଡ଼,(ନାଗରାଜ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ଉତ୍କୁଷ୍ଟ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଳକ ସ୍ତରିୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୪୯ ଜଣ କୁନି ବୈଜ୍ଞାନିକ ଅଂଶ ଗ୍ରହଣ କରିଥିଲେ। ଏହି ବିଜ୍ଞାନ ମେଳାକୁ ବ୍ଳକ ଅଧ୍ୟଅକ୍ଷା ଶାନ୍ତିଲତା ଲାକଡା ଉଦ୍ଘାଟନ କରୀଥିବାବେଳେ, ମୁଖ୍ୟ ଅତିଥି ଭାବେ କୁତ୍ରା ବିଡିଓ‌ ସୁରେନ୍ଦ୍ର କୁମାର ସେଠୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶାରଙ୍ଗଧର ବରିହା , ଜିଲ୍ଲାପରିଷଦ ସଭ୍ୟ ଗଙ୍ଗାରାମ ‌ମିଞ୍ଜ‌ ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ସମ୍ମାନୀୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ପିଙ୍କି ସୁନ୍ୟାନୀ, କୁତ୍ରା ସରପଞ୍ଚ ଭୂବନକୁଜୁର ପ୍ରମୁଖ ଯୋଗ ଦେଇ କୁନି ବୈଜ୍ଞାନିକ ମାନଙ୍କୁ ଉସ୍ଛାହିତ କରି ପୁରସ୍କୃତ କରିଥିଲେ। ବିଜ୍ଞାନ ଶିକ୍ଷତ୍ରୀ ଦୀପିକା କେରକେଟା, ସରସ୍ବତୀ ପଟେଲ, ଏବଂ ମୁକ୍ତିକାନ୍ତ ରାଉତ ତଥା ବ୍ଳକ ରେ ଯେଉ୧୯‌ଜଣ ଶିକ୍ଷକ ଶିକ୍ଷୟିତ୍ରୀ ନିୟମିତ ହୋଇଛନ୍ତି ସମସ୍ତ ଙ୍କୁ ସମ୍ବର୍ଧିତ କରାଯାଇଥିଲା । ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଭିଷଣ‌ବାରିକ ସଂଯୋଜନା କରିଥିବା ବେଳେ, ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସମେତ ସବୁଜବାହୀନୀ,ଭାରତସ୍କାଉଟଗାଇଡଏବ, ଜିଆରସି ବିଭାଗ ସକ୍ରିୟ ଯୋଗଦାନ କରିଥିଲେ ।

ସୁନ୍ଦରଗଡ଼ରୁ ଦଶରଥ ପୋଡ଼ଙ୍କ ରିପୋର୍ଟ 

Leave a Reply

Your email address will not be published. Required fields are marked *