ଅଞ୍ଚଳବାସୀଙ୍କ ତରଫରୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଲେ ବ୍ରଜରାଜନଗର ବିଧାୟକ ପ୍ରାର୍ଥୀନୀ ଅଳକା ମହାନ୍ତି

Spread the love

ପୁରୀ, (ନାଗରାଜ ନ୍ୟୁଜ): ବ୍ରଜରାଜନଗର ଉପନିର୍ବାଚନ ପାଇଁ ଲମ୍ଟିବାହାଲ ଠାରେ ବ୍ରଜରାଜନଗର ବିଧାୟକ ସ୍ଵର୍ଗତ କିଶୋର ମାହାନ୍ତି ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କ ଆବର୍ତ୍ତମାନରେ ଭାରତ ବର୍ଷର ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ତାଙ୍କ ଧର୍ମ ପତ୍ନୀ ଅଳକା ମହାନ୍ତିଙ୍କୁ ବିଭାବେ ମନୋନୀତ କରିଥିବାରୁ ବ୍ରଜରାଜନଗର ଅଞ୍ଚଳବାସୀଙ୍କ ତରଫରୁ ଧନ୍ୟବାଦ ଓ କୃତଜ୍ଞତା ଜଣାଉଛୁ । ଶ୍ରୀମତୀ ଅଳକା ମାହାନ୍ତି ଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ ସେହି ଭୋଟ ଖଣ୍ଡକ ସ୍ଵର୍ଗତ କିଶୋର ମାହାନ୍ତି ଙ୍କ ପ୍ରତି ଶେଷ ଶ୍ରଦ୍ଧାଞ୍ଜଳି ହେବ । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରତାପ ଜେନା, ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସ ବର୍ମା, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିଧାୟକ ଦେବୀ ପ୍ରସାଦ ମିଶ୍ର, ବିଧାୟକ ଦେବଶ ଆଚାର୍ଯ୍ୟ, ପର୍ଯ୍ୟବେକ୍ଷକ ସୁବାଷ ସିଂ, ସହ ପର୍ଯ୍ୟବେକ୍ଷକ ବିଷ୍ଣୁ ପ୍ରସାଦ କେଡିଆ, ରାଜ୍ୟ ବିଜୁ ଜନତା ଦଳର ସମ୍ପାଦକ ସଞ୍ଜିତ୍ ମାହାନ୍ତି ଓ ବ୍ରଜରାଜନଗର ପୈାରପରିଷଦ ଅଧକ୍ଷା, ଉପାଧ୍ୟକ୍ଷ, ପୂର୍ବତନ ଅଧ୍ୟକ୍ଷ, କାଉନସିଲର, ଝାରସୁଗୁଡ଼ା ଜିଲ୍ଲା ସାଧାରଣ ସମ୍ପାଦକ, ସମ୍ପାଦକ ଓ ନଗର ସଭାପତିଙ୍କ ସମେତ ବହୁ ବିଜୁ ପ୍ରେମୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *