ଅଶୋଧିତ ତୈଳ ଦର ଆକାଶଛୁଆଁ, ନୂଆ ପେଟ୍ରୋଲ ଓ ଡିଜେଲ ଦର ଜାରି କଲେ ଭାରତୀୟ କମ୍ପାନୀ

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ଋଷ ଏବଂ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଜାରି ରହିଛି । ଦିନ ପ୍ରତିଦିନ ଏହା ଭୟଙ୍କର ହୋବରେ ଲାଗିଲାଣି । ଯାହାର ପ୍ରଭାବ ଅନ୍ତରାଷ୍ଟ୍ରୀୟ ତୈଳ ଦର ଉପରେ ମଧ୍ୟ ପଡୁଛି । ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୧୦ ଡଲାର ଟପିଛି । ଭାରତରେ ଗୁରୁବାର ବିଭିନ୍ନ ତୈଳ କମ୍ପାନୀ ପେଟ୍ରୋଲ ଏବଂ ଡିଜେଲ ଦର ଜାରି କରିଛନ୍ତି । ତେବେ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । ଘରୋଇ ବଜାରରେ ଦାମ୍ ସ୍ଥିର ରହିଛି । ଗତ ୩ ମାସ ଧରି ତୈଳ ଦର ଅପରିବର୍ତ୍ତିତ ରହିଛି । ୯୫.୪୧ ପେଟ୍ରୋଲ ଦର ରହିଥିବାବେଳେ ୮୬.୬୭ ଡିଜେଲ ଦାମ୍ ରହିଛି ।

ଘରୋଇ ବଜାରରେ ଦାମ୍ ସ୍ଥିର ରହିଛି । ଗତ ୩ ମାସ ଧରି ତୈଳ ଦର ଅପରିବର୍ତ୍ତିତ ରହିଛି । ଦିଲ୍ଲୀରେ ପେଟ୍ରୋଲ ଦର ୯୫.୪୧ ଟଙ୍କା ଥିବା ବେଳେ ଡିଜେଲ ଦାମ୍ ୮୬.୬୭ ରହିଛି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ପୂର୍ବଦିନ ପରି ଦର ଅପରିବର୍ତ୍ତିତ ରହିଛି । ଏଠାରେ ପେଟ୍ରୋଲ ୧୦୧ ଟଙ୍କା ୪୦ ପଇସା ରହିଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ଲିଟର ପିଛା ୧୦୯.୯୮ଟଙ୍କା ଥିବାବେଳେ ଡିଜେଲ ଦର ୯୪.୧୪ଟଙ୍କା ରହିଛି । କୋଲକାତାରେ ପେଟ୍ରୋଲ ଦାମ୍ ୧୦୪.୬୭ ଟଙ୍କା ଥିବାବେଳେ ଡିଜେଲ ୮୯.୭୯ ଟଙ୍କା ରହିଛି । ସେହିପରି ଚେନ୍ନାଇରେ ପେଟ୍ରୋଲ ଦର ୧୦୧.୪୦ ଟଙ୍କା ଥିବାବେଳେ ପେଟ୍ରୋଲ ୯୧.୪୩ ଟଙ୍କା ରହିଛି ।

Leave a Reply

Your email address will not be published.