ଗଁଦିଆ ପୋଲିସ ପକ୍ଷରୁ ଥାନା ଆଗରେ ଜଳଛତ୍ର

Spread the love

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ପୋଲିସ ଦେଖାଉଛି ମହାନୀୟତା ।ଡ଼ହ ଡହ ଖରାରେ ପଥିକ ଙ୍କୁ ପାନୀୟ ଜଳ ଯୋଗାଇବା ଉଦ୍ଦେଶ୍ୟରେ ଥାନା ଆଗରେ ଖୋଲିଛନ୍ତି ଜଳଛତ୍ର। ଗଁଦିଆ ଥାନା ଅଧିକାରୀ ବିଷ୍ଣୁ ଚରଣ ବାରିକ୍ ଉକ୍ତ ଜଳଛତ୍ର କେନ୍ଦ୍ରର ଆୟୋଜନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବ୍ଲକର ଅଧ୍ୟକ୍ଷା ରୀନାରାଣୀ ଖଟୁଆ ଉଦ୍ଘାଟନ କରିଥିଲେ । ସନ୍ମାନୀୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ରତିକାନ୍ତ ସାହୁ, ସମିତି ସଭ୍ୟ ବଳରାମ ପରିଡା, ସମାଜସେବୀ ଚିତ୍ତରଞ୍ଜନ କଅଁର। ସମେତ ସମସ୍ତ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ ।

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ 

Leave a Reply

Your email address will not be published. Required fields are marked *