ହସ୍ପିଟାଲ ବାହାରେ ଲାଗିବ ସିସିଟିଭି

Spread the love

ଭୂବନେଶ୍ଵର: କରୋନା ମହାମାରୀ ପ୍ରଭାବରେ ରାଜ୍ୟବାସୀ ହନ୍ତସନ୍ତ ହେଉଥିବା ବେଳେ ଟିକା ପାଇଁ ହସ୍ପିଟାଲ ବାହାରେ ଲାଗିଛି ଲମ୍ବା ଲାଇନ୍ । ତେବେ ଏହାରି ଭିତରେ ହସ୍ପିଟାଲର ଅବ୍ୟବସ୍ଥା ବାରମ୍ଭାର ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଯାହା ଏବେ ରାଜ୍ୟ ସରକାରଙ୍କ ଦୃଷ୍ଟି ଗୋଚର କରିଛି। ଏହା ପୂର୍ବରୁ ଜଣେ ଯୁବକର ଭାଇରାଲ ଅଡିଓ, ଯେଉଁଥିରେ ସେ ଯୁବକ ଜଣଙ୍କ ମେଡିକାଲ ବାହାରେ ସିସିଟିଭି କ୍ୟାମେରା ଲଗାଇବା ପାଇଁ ଦାବି କରିଥିଲା । ସେହି ଭାଇରାଲ ଅଡିଓରେ ବହୁତ ଲୋକେ ନିଜର ସହମତି ପ୍ରକାଶ କରି ତାକୁ ସେୟାର ମଧ୍ୟ କରିଥିଲେ ।

ତେଣୁ ଏହାକୁ ସୁଧାରିବାକୁ ରାଜ୍ୟ ସରକାର ତତ୍ପର ହୋଇ ପଡ଼ିଛନ୍ତି । ଯାହାଫଳରେ କୋଭିଡ଼୍ ହସ୍ପିଟାଲରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଇବାକୁ କହିଛନ୍ତି । ଯାହାଫଳରେ କୋଭିଡ୍ ଚିକିତ୍ସା କେନ୍ଦ୍ରରେ ହେଲ୍ପ ଡେସ୍କ ପାଇଁ ଏକ ଉତ୍ସର୍ଗୀକୃତ ଟେଲିଫୋନ୍ ଲାଇନ୍ ରହିବ ।‌

ରୋଗୀଙ୍କ ସମ୍ପର୍କୀୟଙ୍କ ସହ ଟେଲିଫୋନ୍‌ରେ କଥା ହେବା ବାଦ୍ ହେଲ୍ପ ଡେସ୍କର କର୍ମଚାରୀମାନେ ଆବଶ୍ୟକ ପଡ଼ିଲେ ହ୍ବାଟ୍‌ସ୍ ଆପ୍ ଯୋଗେ ସମ୍ପର୍କୀୟଙ୍କୁ ରୋଗୀଙ୍କ ଭଏସ୍ ଓ ଫଟୋ ପଠାଇପାରିବେ। ହସ୍ପିଟାଲ୍ ବାହାରେ ଏକ ସମ୍ମିଳନୀ କକ୍ଷ ପ୍ରସ୍ତୁତ କରାଯିବ।

ସେଥିରେ ଟିଭି ଓ କ୍ୟାମେରା ବ୍ୟବସ୍ଥା ରହିବ। ତାହାକୁ ହସ୍ପିଟାଲ୍ ଭିତରେ ଲଗାଯାଇଥିବା ସିସି ଟିଭି ସହ ସଂଯୋଗ କରାଯିବ। ସେଠାରେ ରୋଗୀଙ୍କ ସମ୍ପର୍କୀୟ ରୋଗୀଙ୍କୁ ଦେଖିବା ସହ କଥା ହୋଇପାରିବେ।

ରୋଗୀଙ୍କୁ ଆଡ୍‌ମିଟ୍ କଲା ବେଳେ ତାଙ୍କ ସମ୍ପର୍କୀୟଙ୍କ ନମ୍ବର ହସ୍ପିଟାଲ୍‌ରେ ରଖାଯିବ। ଯଦି ସମ୍ପର୍କୀୟ ତାଙ୍କ ଆଡୁ ଯୋଗାଯୋଗ ନ କରନ୍ତି, ତେବେ ହସ୍ପିଟାଲ୍ ପକ୍ଷରୁ ଦିନକୁ ଅତି କମ୍‌ରେ ଥରେ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ତାଙ୍କ ସମ୍ପର୍କୀୟଙ୍କୁ ଅବଗତ କରାଯିବ।

Leave a Reply

Your email address will not be published. Required fields are marked *