କ୍ଲଷ୍ଟରସ୍ତରୀୟ ଶିଶୁ ଉତ୍ସବ ସୁରଭି 2022 ବିଦ୍ୟାଧରପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ

Spread the love

କଟକ,(ନାଗରାଜ ନ୍ୟୁଜ): କ୍ଲଷ୍ଟରସ୍ତରୀୟ ଶିଶୁ ଉତ୍ସବ ସୁରଭି 2022 ବିଦ୍ୟାଧରପୁର ନୋଡାଲ ଉ ପ୍ରା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ତିନିଘରିଆ କ୍ଲଷ୍ଟର ର 11 ଟି ବିଦ୍ୟାଳୟରୁ ଛାତ୍ର ଛାତ୍ରୀ ମାନ ଅଂଶ ଗ୍ରହଣ କରିଥିଲେ। ଏହି ଉତ୍ସବ କୁ ଟାଙ୍ଗୀ ଚୌଦ୍ବାର ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀମତୀ ସରୋଜିନୀ ସାହୁ ଉଦ୍ଘାଟନ କରି କହିଲେ ବିଦ୍ୟାଳୟ ମାନଙ୍କରେ ଏହି ଭଳି ଶିଶୁ ଉତ୍ସବ ପାଳନ କରାଗଲେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଶକ୍ତିର ବିକାଶ ଘଟିବ। ଛାତ୍ର ଛାତ୍ରୀ ମାନେ ଶିକ୍ଷା ଗ୍ରହଣ କରିବା ସହିତ ଚିତ୍ର କରିବା, ସଙ୍ଗୀତ,ନୃତ୍ୟ, ବକ୍ତୃତା, ହସ୍ତାକ୍ଷର ଲିଖନ ଆଦିରେ ଭାଗ ନେବା ଦରକାର। ଉତ୍ସବରେ ବିଦ୍ୟାଧରପୁର ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମଞ୍ଜୁଶ୍ରୀ ମହାନ୍ତି ସଭାପତିତ୍ଵ କରି ସ୍ଵାଗତ ଭାଷଣ ଦେଇଥିଲେ। ସି ଆର ସି ସି ତଥା ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ନମିତା ମହାନ୍ତି, ସୁପ୍ରଭା ପଣ୍ଡା, କଳ୍ପନା ରାଉତ, କବିତା ଆଚାର୍ଯ୍ୟ, ବାସନ୍ତୀ ବେହେରା, ହୃଷୀକେଶ ମହାନ୍ତି, ବିଶ୍ୱଜିତ୍ ଜେନା, ରିନାକ୍ଷି ଷଡଙ୍ଗୀ, କଲ୍ୟାଣୀ ଦେ, ଗୀତାଞ୍ଜଳି ସ୍ଵାଇଁ, ଜୟଶ୍ରୀ ସାହୁ ପ୍ରମୁଖ କାର୍ଯ୍ୟ କ୍ରାମକୁ ପରିଚାଳନା କରିଥିଲେ । କ୍ଲଷ୍ଟର ସ୍ତରୀୟ ସୁରଭିରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *