ମହାପ୍ରଭୁଙ୍କୁ ଦର୍ଶନ କଲେ ହାସ୍ୟ ଅଭିନେତା କପିଲ ଶର୍ମା

Spread the love

ପୁରୀ, (ନାଗରାଜ ନ୍ୟୁଜ): ହାସ୍ୟ ଅଭିନେତା କପିଲ ଶର୍ମା ଆଜି ପୁରୀ ଆସି ଶ୍ରୀମନ୍ଦିର ରେ ମହାପ୍ରଭୁଙ୍କ ଦର୍ଶନ ଲାଭ କରିଛନ୍ତି । ତେବେ ସେ ପ୍ରଥମ ଥର ପାଇଁ ଆସି ମହାପ୍ରଭୁଙ୍କ ଦର୍ଶନ ପାଇଥିବାରୁ ସେ ବେଶ ଖୁସି ଥିବା କହିଛନ୍ତି । କପିଲ ଶର୍ମା ଶ୍ରୀମନ୍ଦିର ସିଂହ ଦ୍ୱାର ନିକଟରେ ପହଂଚିବା ପରେ ସେବାୟତ ମାନେ ତାଙ୍କୁ ସ୍ବାଗତ କରିଥିଲେ। କପିଲ ମହାପ୍ରଭୁଙ୍କ ଦର୍ଶନ ପରେ ଶ୍ରୀମନ୍ଦିର ବେଢ଼ା ଭିତରେ ବୁଲିବା ସହ ବିଭିନ୍ନ ପାର୍ଶ୍ୱ ଦେବାଦେବୀ ମନ୍ଦିର ଯାଇ ଦର୍ଶନ ସହ ପୂଜା କରିଥିଲେ। ସେ ଶ୍ରୀଜୀଉ ଙ୍କ ଦର୍ଶନ କରି ବେଶ ପ୍ରସନ୍ନ ଅନୁଭବ କରିଥିଲି କହିଛନ୍ତି। ଅନ୍ୟପଟେ ଶ୍ରୀ ମନ୍ଦିରରେ କପିଲ ଶର୍ମା ଙ୍କୁ ଦେଖିବା ପାଇଁ ତାଂକ ପ୍ରଶଂସକ ବେଶ ଭିଡ଼ ହୋଇ ଥିଲା ।

Leave a Reply

Your email address will not be published. Required fields are marked *