ଶୁଭେଚ୍ଛା ପର୍ବ ଅନୁଷ୍ଠିତ

Spread the love

ବାଲେଶ୍ଵର,(ନାଗରାଜ ନ୍ୟୁଜ): ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ମହାନଗର ନିଗମ ଅବସର ପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ଇଂରାଜୀ ନବ ବର୍ଷ ଅବସରରେ ସଂଘ ସଭାପତି ସି.ଏଚ୍. ଶ୍ୟମାମୁର୍ତ୍ତିଙ୍କ ଅଧ୍ୟକ୍ଷତାରେ ମହାନଗର ନିଗମ ପରିସରରେ ଏକ ଶୁଭେଚ୍ଛା ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମ୍ପାଦକ ସୀମାଞ୍ଚଳ ବେହେରା ସ୍ୱାଗତ ଭାଷଣ ଦେଇଥିଲେ । ନିଖିଳ ଓଡିଶା ବରିଷ୍ଠ କଳାକାର ମହାସଂଘର ସର୍ବଶ୍ରୀ ସୁଧୀର କୁମାର ମହାପାତ୍ର, ନାରାୟଣ ସାମନ୍ତରା, ଦେବେନ୍ଦ୍ର ଘଡେଇ, ମୁକୁନ୍ଦ ମହାପାତ୍ର, ଲକ୍ଷ୍ମୀ ନାରାୟଣ ଦାସ, ବାଳକୃଷ୍ଣ ବେହେରା, ରାମହରି ସାହୁ ଏବଂ ସଂଘର ବାଲେଶ୍ଵର ଜିଲ୍ଲା ପ୍ରତିନିଧି ତଥା ଜିଲ୍ଲା ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା ପ୍ରମୁଖ ସମ୍ମିଳିତ ଭାବରେ ମହାନଗର ନିଗମର ସମସ୍ତ ଅଫିସର ଓ କର୍ମଚାରୀମାନଙ୍କୁ ଇଂରାଜୀ ନବ ବର୍ଷ ଶୁଭେଚ୍ଛା ଜଣାଇଥିଲେ । ସଂଘ ଉପସଭାପତି ନୀଳାମ୍ବର ସକୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *