ବିଦ୍ୟାଧରପୁର ଉଚ୍ଚ ବାଳିକାବିଦ୍ୟାଳୟ ରେ ଦଶମଶ୍ରେଣୀ ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ଓ ମାଟ୍ରିକମନ୍ତ୍ର ଦୀକ୍ଷା ପ୍ରଦାନ

Spread the love

କଟକ, (ନାଗରାଜ ନ୍ୟୁଜ): ବିଦ୍ୟାଧରପୁର ବାଳିକ ଉଚ୍ଚବିଦ୍ୟାଳୟ ର ଦଶମ ଶ୍ରେଣୀ ଛାତ୍ରୀ ମାନଙ୍କୁ ମାଟ୍ରିକ ପରୀକ୍ଷା ଅବ୍ୟବହିତ ପୂର୍ବରୁ ମାଟ୍ରିକମନ୍ତ୍ର ପ୍ରଦାନପୁର୍ବକ ଦିଗଦର୍ଶନ ଦିଆଯିବା ସହିତ ଆଶୀର୍ବାଦ ପ୍ରଦାନ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ପ୍ରଧାନଶିକ୍ଷୟତ୍ରୀ ମଞ୍ଜୁଶ୍ରୀ ମହାନ୍ତି ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଉକ୍ତ ଉତ୍ସବ ରେ ବିଦ୍ୟାଳୟ ପରିଚାଳନା ସମିତିର ସଭ୍ୟ ପ୍ରଭାକର ସାହୁ,ଶିକ୍ଷୟତ୍ରୀ କଳ୍ପନା ରାଉତ, କବିତା ଆଚାର୍ଯ୍ୟ,ବାସନ୍ତୀ ବେହେରା, ସ୍ମିତାରାଣୀ ସେଠୀ ଉପସ୍ଥିତ ରହି ଛାତ୍ରୀ ମାନଙ୍କୁ ଚା ପମୁକ୍ତ ବିଭିନ୍ନ ଉପାଦେୟ ଦିଗଦର୍ଶନ ଓ ପରାମର୍ଶ ପ୍ରଦାନ କରିଥିଲେ।ଛାତ୍ରୀ ମାନଙ୍କୁ ଚନ୍ଦନ ତିଳକ ଅର୍ପଣ କରାଯାଇ ମିଷ୍ଟାନ୍ନ ଓ କଲମ ପ୍ରଦାନପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଛାତ୍ରଛାତ୍ରୀ ମାନେ ନିଜନିଜ ର ବିଦ୍ୟାଳୟ ସମୟ ର ଅନୁଭୂତି ବୟାନ କରିବା ସହିତ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ମାନଙ୍କର ଯତ୍ନ, ସ୍ନେହଶ୍ରଦ୍ଧା, ପରାମର୍ଶ ଓ ଉପଦେଶ ସେମାନଙ୍କୁ ସଂସ୍କାରଯୁକ୍ତ ଜୀବନଚର୍ଯ୍ୟା ଶିଖାଇଛି ବୋଲି ଭାବାବେଗ ର ସହିତ ପ୍ରକାଶ କରିଥିଲେ । ବିଦ୍ୟାଳୟ ର ଏହି ନିଆରା ସମ୍ବର୍ଦ୍ଧନା ଓ ଦିଗଦର୍ଶନ ର କାର୍ଯ୍ୟକ୍ରମ ପାଇଁ ପିତା ମାତା, ଅଭିଭାବକ ଅଭିଭାବିକା, ପରିଚାଳନା କମିଟି ର ସଭାପତି ଓ ସଭ୍ୟା /ସଭ୍ୟ ଓ ସ୍ଥାନୀୟ ବୁଦ୍ଧିଜୀବୀ ଖୁବ ପ୍ରଶଂସା କରିଛନ୍ତି ।

Leave a Reply

Your email address will not be published. Required fields are marked *