କିସ ବଲାଙ୍ଗୀର ତରଫରୁ ସମ୍ବର୍ଦ୍ଧନା ସମାରୋହ

Spread the love

ମୁରିବାହାଲ, (ନାଗରାଜ ନ୍ୟୁଜ): ବଲାଙ୍ଗୀର ର କିସ୍ କ୍ୟାମ୍ପସ ଠାରେ କିସ ବଲାଙ୍ଗୀର ତରଫରୁ ଏକ ସମ୍ବର୍ଦ୍ଧନା ସମାରୋହ ଉଦଘାଟନ ହୋଇଛି ! ଏଥିରେ ମୁଖ୍ୟ ଅତିଥି ଭାବେ କିଟ୍, କିସ୍ ର ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଯୋଗ ଦେବାସହ ରାଜ୍ୟ ସଭା ସାଂସଦ ଶ୍ରୀଯୁକ୍ତ ନିରଞ୍ଜନ ବିଶି ଙ୍କୁ ସମ୍ବର୍ଦ୍ଧନା କରିଥିଲେ । ମାଟିର ମହକ, ମାଟିର ସୁଯୋଗ୍ୟ ସନ୍ତାନ ପାଟଣାଗଡ଼ ବଲାଙ୍ଗୀର ତଥା ରାଜ୍ୟର ଗୌରବ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀ. ନିରଞ୍ଜନ ବିଶି ମହୋଦୟ ଙ୍କୁ କିସ୍ ବଲାଙ୍ଗୀର ରେ ଭବ୍ୟ ସ୍ବାଗତଂ ସମ୍ବର୍ଦ୍ଧନା ସହ ଡକା ବାଦ୍ୟର ତାଳେ ତାଳେ ଝୁମିଲେ ଆଦିବାସୀ । ଏହି ସମ୍ବର୍ଦ୍ଧନା ସଭାରେ ହଜାରେ ସଂଖ୍ୟାରେ ଉପସ୍ଥିତ ଥିବା ଆଦିବାସୀ ନେତା ମାନେ ଶ୍ରୀ ବିଶି ଙ୍କୁ ଆଶୀର୍ବାଦ ସହ ଶୁଭକାମନା ଜଣାଇଥିଲେ । ଆଦିବାସୀ ଓ ଜନସାଧାରଣ ତଥା ବଲାଙ୍ଗୀର ଜିଲ୍ଲା ର ସାମୁହିକ ବିକାଶ ରେ ସମସ୍ତଙ୍କର ସହଯୋଗ କାମନା କରି ବଲାଙ୍ଗୀର ତଥା ରାଜ୍ୟକୁ ଏକ ବିକଶିତ, ଅଗ୍ରଣୀ ରାଜ୍ୟରେ ଗଢି ତୋଳିବା ପାଇଁ ବକ୍ତବ୍ୟ କହିଥିଲେ ।

Leave a Reply

Your email address will not be published. Required fields are marked *