ବିଶ୍ୱକର୍ମାଙ୍କୁ ଜଗନ୍ନାଥ ସେନା ପକ୍ଷରୁ ସମ୍ବର୍ଦ୍ଧନା

Spread the love

ପୁରୀ, (ନାଗରାଜ ନ୍ୟୁଜ): ମହାପ୍ରଭୁଙ୍କ ରଥ ନିର୍ମାଣରେ ସଂପୃକ୍ତ ଥିବା ମହାରଣା, ଭୋଇ, ଚିତ୍ରକର, ରୂପକାର ଙ୍କ ସମେତ ସମସ୍ତ ସେବାୟତ ଙ୍କୁ ଶ୍ରୀଜଗନ୍ନାଥ ସେନା ପକ୍ଷ ରୁ ସମ୍ବର୍ଦ୍ଧିତ କରାଯାଇଛି । ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟ ଦର୍ଶନ ପଟନାୟକ ପ୍ରଥମେ ସେବକ ଙ୍କ ପାଦ ଧୋଇ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ମହାପ୍ରଭୁ ଙ୍କ ରଥ ଯାତ୍ରା ଯୁଗ ଯୁଗ ଧରି କେବଳ ରଥ ନିର୍ମାଣ କରୁଥିବା ସେବକ ଙ୍କ ଯୋଗୁ ସମ୍ଭାବ୍ ହୋଇଛି। ଏଣୁ ଆମ ଓଡ଼ିଆ ଜାତି ଏହି ରଥ ନିର୍ମାଣ ସଂପୃକ୍ତ ସେବକ ଙ୍କ ନିକଟ ରେ ଚିର ରୁଣି ବୋଲି ଶ୍ରୀଜଗନ୍ନାଥ ସେନା ପକ୍ଷରୁ କୁହାଯାଇଛି। ତେବେ ଦୁଃଖ ର ବିଷୟ ଏହି ସେବକ ଙ୍କୁରାଜ୍ୟ ସରକାର ସମ୍ମାନ ଦେଇ ନାହାନ୍ତି। ଆଙ୍ଗୁଳି ମାପ ରେ ବିଶାଳ ରଥ ନିର୍ମାଣ କରାଯାଉଥିବା ବେଳେ ଏହି ନିଆରା କଳାକୃତି ପାଇଁ ରାଜ୍ୟ ସରକାର କୌଣସି ସମ୍ମାନ ଦେଇ ନାହାନ୍ତି । ତୁରନ୍ତ ରାଜ୍ୟସରକାର ଏହି ସେବକ ଙ୍କ ନାମ ପଦ୍ମ ପୁରସ୍କାର ପାଇଁ କେନ୍ଦ୍ର ସରକାର ଙ୍କୁ ସୁପାରିସ କରିବା ଦାବି କରିଛି ଶ୍ରୀଜଗନ୍ନାଥ ସେନା ।

Leave a Reply

Your email address will not be published. Required fields are marked *