ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା

Spread the love

ଭୁବନ, (ସୌମ୍ୟରଞ୍ଜନ ମହାନ୍ତି): ଢେଙ୍କାନାଳ ଜିଲ୍ଲାର ୭୧ଟି ବିଦ୍ୟାଳୟର ମାଟ୍ରିକ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ ତୃପ୍ତି ପାଠାଗାର ପକ୍ଷରୁ କରାଯାଇଛି । ଭୁବନ ସାମ୍ବାଦିକ ସଂଘ ଓ ଗଁଦିଆ ଡିଜିଟାଲ ମିଡ଼ିଆ ସଙ୍ଘର ମିଳିତ ସହଯୋଗ କ୍ରମେ ସ୍ଥାନୀୟ ବାଜିରାଉତ ସ୍ମୃତି ସଭାଘର ଠାରେ ଅନୁଷ୍ଠିତ ହୋଇଥିଲା । ଭୁବନ ସାମ୍ବାଦିକ ସଙ୍ଘ ସଭାପତି ପୂର୍ଣ୍ଣ ଚନ୍ଦ୍ର ସାହୁ ସଭାପତିତ୍ୱ କରିଥିଲେ । ଗଁଦିଆ ଡିଜିଟାଲ ମିଡ଼ିଆ ସଂଘ ସଭାପତି ପ୍ରଦୀପ ଦାସ କାର୍ଯ୍ୟକ୍ରମ ସଂଯୋଜନା ସହିତ ସଞ୍ଚାଳନ କରିଥିଲେ । ସଭାପତି ପୂର୍ଣ୍ଣ ସାହୁ ଅତିଥି ପରିଚୟ ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

ଢେଙ୍କାନାଳ ଜିଲ୍ଲା ପରିଷଦ ଉପଧାକ୍ଷ କୋଦଣ୍ଡ ଧର ସାହୁ ମୁଖ୍ୟ ଅତିଥି ପଣ୍ଡିତ ପ୍ରମୋଦ ମିଶ୍ର ମୁଖ୍ୟ ବକ୍ତା ଭୁବନ ବନାଞ୍ଚଳ ଅଧିକାରୀ ଅନିତା ସେଠୀ, ମୃତିକା ସଂରକ୍ଷଣ ବିଭାଗ ପ୍ରାକ୍ତନ ନିର୍ଦ୍ଧେଶକ କୃଷ୍ଣ ଚନ୍ଦ୍ର ଆଇଚ, ଓକିଲ ସଂଘ ପୂର୍ବତନ ସଭାପତି ସନାତନ ଗୁରୁ, ଚିତ ମିଶ୍ର ବାଇଧର ଚାନ୍ଦ, ଜିଡିଏମର ସାଧାରଣ ସମ୍ପାଦକ ବାଦଲ ମହାନ୍ତି ଯୋଗଦେଇ ବିଦ୍ୟାର୍ଥୀ ମାନଙ୍କୁ ପ୍ରେରଣା ଦେଇଥିଲେ । ଭୁବନ ସାମ୍ବାଦିକ ସଂଘ ସଂଗଠନ ସମ୍ପାଦକ ଦୁଷ୍ମନ୍ତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ସୁଦାମ ସାହୁ, ଅକ୍ଷୟ ପାତ୍ର, ଶିରାଜଉଦିନ ଖାଁ ବିଶ୍ୱଜିତି ସାହୁ ସୋମ୍ୟରଞ୍ଜନ ମହାନ୍ତି ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।

 

Leave a Reply

Your email address will not be published. Required fields are marked *