ଅଭିନନ୍ଦନ କୃତଜ୍ଞତା ଜଣାଇଲେ ପଶ୍ଚିମ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ

Spread the love

ପାଟଣାଗଡ଼,(ନାଗରାଜ ନ୍ୟୁଜ): ପାଟଣାଗଡ଼ କେନ୍ଦୁପତ୍ର ଡିବିଜନ୍ ର କେନ୍ଦୁପତ୍ର କର୍ମଚାରୀ ସଂଘ ତରଫରୁ ଶ୍ରୀଯୁକ୍ତ ନିରଞ୍ଜନ ବିଶି ଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ଅଟନ୍ତି ପଶ୍ଚିମ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ସଭାପତି ଶ୍ରୀଯୁକ୍ତ ବିଶି ଗତ ୨୭ ତାରିଖରେ ବ୍ରଜରାଜ ନଗରରେ ବିଧିବଦ୍ଦ ଭାବେ ବିଜେଡିରେ ଯୋଗଦାନ କରିଥିଲେ । ବଲାଙ୍ଗୀର ଜିଲ୍ଲା ପର୍ଯ୍ୟବେକ୍ଷକ ମନ୍ତ୍ରୀ ସୁଶାନ୍ତ ସିଂ ବରିଷ୍ଠ ବିଧାୟକ ଅତନୁ ସଭ୍ୟସାଚି ନାୟକ ଉପସ୍ଥିତିରେ ମିସିଥିଲେ । ସେ ଆଜି ବିଜେଡି ଦଳ ପକ୍ଷରୁ ରାଜ୍ୟ ସଭା ପ୍ରାଥୀ ଭାବେ ନାମ ଘୋଷଣା କରାଯାଇଛି।ଶ୍ରୀ ବିଶି ଓଡିଶା ଆଦିବାସୀ କଲ୍ୟାଣ ସଂଘର ମହାଶଚିବ, ରାଜ୍ୟ ଶବର ସମାଜର ମହା ଶଚିବ ୱେକ୍ସୋ ଏସସି ଏସଟି ସଂଘର ସଭାପତି ,ବିଜୁଲି ଶ୍ରମିକ ସଂଘର ଉପ ସଭାପତି ଅନେକ ଗୁରୁତ୍ୱପୂର୍ଣ ଦାୟୀତ୍ଵ ରେ ଅଛନ୍ତି । ଏଥିରେ ଖୁସି ହୋଇ କେନ୍ଦୁପତ୍ର କର୍ମଚାରୀ ସଂଘ ର ସମ୍ପାଦକ ଲଳିତ ମଲ୍ଲିକ ଏବଂ ଅନ୍ୟ ମାନେ ଅଭିନନ୍ଦନ ଜଣାଇଛନ୍ତି । ଅନ୍ୟ ମାନେ ହେଲେ ବାଳ ମକୁନ୍ଦ କୂଅର, ଭୀଷ୍ମ ମଲ୍ଲିକ,ରଘୁନାଥ ବାଗ ,ରଘୁନାଥ ମଲ୍ଲିକ, ଧଣ୍ଡା ମୁଣ୍ଡା ରେଞ୍ଜ୍ ସମ୍ପାଦକ ଭୋଜରାଜ୍ ବରିହା, ଗିରିଧାରୀ ଭୋଇ, ଘନ ଭୋଇ,ମେଘ ବର୍ଗେ ପ୍ରମୁଖ ସ୍ୱାଗତ ଜଣାଇଛନ୍ତି ।

ବଲାଙ୍ଗୀରରୁ ଦୁର୍ଯ୍ୟୋଧନ ବର୍ଗେଙ୍କ ରିପୋର୍ଟ 

Leave a Reply

Your email address will not be published. Required fields are marked *