Metro tv odisha ପକ୍ଷରୁ ରାଉରକେଲା ସିଭିକ ସେଣ୍ଟର ଠାରେ ସହଯୋଗ ସମ୍ପର୍କ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

Spread the love

ରାଉରକେଲା,(ନାଗରାଜ ନ୍ୟୁଜ): Metro tv odisha ପକ୍ଷରୁ ରାଉରକେଲା ସିଭିକ ସେଣ୍ଟର ଠାରେ ସହଯୋଗ ସମ୍ପର୍କ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଛି । ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ସିଡ଼ିଏମଓ ସରୋଜ କୁମାର ମିଶ୍ର, କର୍ଣ୍ଣଲ ତଥା ଓଡିଶା ଏନସିସି ନିର୍ଦେଶକ ସାଗର ମହାନ୍ତି, ଡକ୍ଟର ପୂଜା ପତୀ metro tv ଚିଫ ଏଡ଼ିଟର ପ୍ରମୋଦ ସାମନ୍ତରାୟ, ଜିଲ୍ଲା ପ୍ରତିନିଧି ରଞ୍ଜିତ ବୋଷ ଉପସ୍ଥିତ ରହି କରୋନା ଯୋଦ୍ଧା, ଡାକ୍ତର, କୃତୀଛାତ୍ର ତଥା ବିଭିନ୍ନ କ୍ଷେତ୍ରରେ ସମାଜ ପାଇଁ କାମ କରିଥିବା ସମାଜସେବୀଙ୍କୁ ସମର୍ଦ୍ଧିତ କରାଯାଇଥିଲା ତା ସହ ଗରିବ ଛାତ୍ର ଛାତ୍ରୀଙ୍କୁ ଦଶ ଟି ସାଇକେଲ ଏବଂ ହ୍ୟା ଣ୍ଡିକେଫ୍ଟ ଭାଇ ଭଉଣୀ ମାନଙ୍କୁ ଚାରଟି ଟ୍ରାଏ ସାଇକେଲ ପ୍ରଦାନ କରାଯାଇଥିଲା ।

ସିଡିଏମ ଓ ଶ୍ରୀ ମିଶ୍ର କହିଥିଲେ ଯେ metro tv ସାମ୍ବାଦିକ ତଥା metro tv odisha ର ଏଭଳି ପ୍ରୟାସ ଅତି ପ୍ରସଂସନୀୟ ଅଟେ ରକ୍ତଦାନ, ତଥା ପ୍ଲାଜମାଦାନ କରିଥିବା ଭାଇ ଭଉଣୀଙ୍କୁ ସାନମାନିତ କରାଯିବା କଥା ଶୁଣି ମୁଁ ଅତ୍ୟନ୍ତ ଖୁସି ଏବଂ ଏଠି ଦେଖିଲି ପ୍ରତେକ କ୍ଷେତ୍ରରେ ସମାଜ ପ୍ରତି ହୃଦୟର ସହିତ କାମ କରିଥିବା ବ୍ୟକ୍ତିଙ୍କୁ ସାନମାନିତ କରାଯାଇଛି ଆଗାମି ଦିନରେ ଯଦି ଏଭଳି କାର୍ଯ୍ୟକ୍ରମ ହୁଏ ତେବେ ମୁଁ ନିଶ୍ଚୟ ଆସିବି ବୋଲି ସେ କହିଥିଲେ । କର୍ଣ୍ଣଲ ସାଗର ମହାନ୍ତି କହିଥିଲେ ଯେ ରାଉରକେଲାର ସାଂସ୍କୃତିକ କାର୍ଯ୍ୟକ୍ରମ ଅତି ଉଚ୍ଚ କୁଟୀର ଏବଂ ଏଭଳି କାର୍ଯ୍ୟକ୍ରମ ଆଗକୁ ଜାରି ରହିବବୋଲି ସେ କହିଥିଲେ !ଶେଷକୁ ରାଉରକେଲା ପ୍ରତିନିଧି ପ୍ରଶାନ୍ତ ମହାରଣା ଧନ୍ୟବାଦ ଜଣାଇ ଥିଲେ ।

Leave a Reply

Your email address will not be published. Required fields are marked *