ପୁରୀ ଜିଲ୍ଲାକୁ ଶିଶୁ ଶ୍ରମିକ ମୁକ୍ତ ଜିଲ୍ଲା ଭାବେ ଗଢିବାକୁ ସହଯୋଗ ଜରୁରୀ

Spread the love

ପୁରୀ, (ନାଗରାଜ ନ୍ୟୁଜ): ଶିକ୍ଷା ଓ ସୁରକ୍ଷା ଶିଶୁର ଅଧିକାର । ତେବେ କେତେକ କ୍ଷେତ୍ରରେ ଶିଶୁଟି ଏଥିରୁ ବଂଚିତ ହୋଇ ଶ୍ରମିକ ଭାବେ କାର୍ଯ୍ୟ କରୁଛି। ପିଲାଟିକୁ ସମାଜ ର ମୁଖ୍ୟ ସ୍ରୋତରେ ସାମିଲ କରି ଶିକ୍ଷା ର ବ୍ୟବସ୍ଥା କରିବା ଲକ୍ଷ୍ୟରେ ଜନ ସଚେତନତା ସୃଷ୍ଟି କରାଯାଉଛି। ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଗତ ୨୯ ତାରିଖ ଠାରୁ ପୁରୀ ଜିଲ୍ଲାକୁ ଶିଶୁ ଶ୍ରମିକ ମୁକ୍ତ ଜିଲ୍ଲା ଭାବେ ଗଢି ତୋଳିବା ଲକ୍ଷ୍ୟ ରେ ଏକ ପକ୍ଷ ବ୍ୟାପି କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଛି। ତାହାର ଅଂଶ ବିଶେଷ ଏକ ସଚେତନତା ଶୋଭାଯାତ୍ରା କୁ ଗୁଣ୍ଡିଚା ମନ୍ଦିର ଠାରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ଉଦଘାଟନ କରିଥିଲେ। ଗୁଣ୍ଡିଚା ମନ୍ଦିର ଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଏହି ଶୋଭାଯାତ୍ରା ଜନ ସଚେତନତା ସୃଷ୍ଟି କରିଥିଲା ଏଥିରେ ଡିଭିଜିନାଲ ଶ୍ରମ ଆୟୁକ୍ତ ଶ୍ରୀ ଶିବଶଙ୍କର ମିଶ୍ର, ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ଦିଲିପ କୁମାର ପାଣି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମନୋଜ କୁମାର ତ୍ରିପାଠୀ,ହାପିନେସ ଫାଉଣ୍ଡେସନ ର ଟିମ୍ ଲିଡର ଶ୍ରୀ ପ୍ରଦୀପ କୁମାର ଦାସ, ଚାଇଲ୍ଡ ଲାଇନ ର ନିର୍ଦେଶକ ଶ୍ରୀ ଦେବାଶିଷ ରଥ, ଆୟୁଷ ଆଥଲେଟିକ କ୍ଲବ, ସ୍ପନ୍ଦନ ଅନୁଷ୍ଠାନ,ନେହେରୁ ଯୁବ କେନ୍ଦ୍ର ଓ ଏନ ଏସ ଏସ ର ସ୍ବେଛାସେବୀ ବୃନ୍ଦ, ଶ୍ରମ ବିଭାଗ ର କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *