ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୧ଲକ୍ଷ ଟପିଲା, ୨୪ଘଣ୍ଟାରେ ୭୯,୪୭୬ ଆକ୍ରାନ୍ତ ଚିହ୍ନଟ

Spread the love

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଯେମିତି ବଢି ଚାଲିଛି ସେହି ପରିମାଣରେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ଚାଲିଛି। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ  ୮୦ହଜାର ପାଖାପାଖି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ  ମୃତ୍ୟୁ ସଂଖ୍ୟା ୧ଲକ୍ଷ ଟପିଛି। ଦେଶରେ ୨୪ଘଣ୍ଟାରେ ୭୯,୪୭୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦୬୯ଜଣଙ୍କର  ମୃତ୍ୟ ହୋଇଛି। ଦେଶରେ ବର୍ତ୍ତମାନ ଶୁଦ୍ଧା କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ମୋଟ ୧୦୦୮୪୨ରେ ହୋଇଛି।

ଅକ୍ଟୋବର ୩ ତାରିଖ ସକାଳ ସୁଦ୍ଧା ସମଗ୍ର ଦେଶରେ ୬୪,୭୩,୫୪୪ ଜଣ କରୋନା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦିଆଯାଇଛି । ତନ୍ମଧ୍ୟରୁ ୫୪୨୭୭୦୬ ଜଣ ସୁସ୍ଥ ହୋଇଛନ୍ତି। ଅବଶିଷ୍ଟ ୧୦୦୮୪୨ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା  ୭୯,୪୭୬ ଆକ୍ରାନ୍ତଙ୍କୁ ମିଶାଇ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯୪୪୯୯୬ ହୋଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *