କଟକ ଜିଲ୍ଲାର ଗ୍ରାମାଞ୍ଚଳରେ କୋରିମାଡି ଚାଲିଛି କରୋନା ।

Spread the love

କଟକ, (ନାଗରାଜ ନ୍ୟୁଜ ) (୦୩/୦୮/୨୦)

ଏନ ନ୍ୟୁଜ :: କୋରୋନା ମହାମାରୀ ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି।ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି।କଟକ ଜିଲ୍ଲାର ଆଠଗଡ ବ୍ଲକର ଖୁଣ୍ଟୁଣୀ-ରମ୍ପେଇ ଗ୍ରାମରେ ଗତ ଦୁଇଦିନ ତଳେ ମୋଟ 19 ଜଣ ଆକ୍ରାନ୍ତ ଚିହ୍ନଟ ହେବାପରେ ଆଜି କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଖୁଣ୍ଟୁଣୀ-ରମ୍ପେଇକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏହି କଣ୍ଟେନମେଣ୍ଟ ଜୋନ ଆଜି ଅପରାହ୍ନ ୪ ଟା ଠାରୁ ସାତ ତାରିଖ ରାତି ୧୦ ଟା ପର୍ଯ୍ୟନ୍ତ ରହିବ ଏହି ସମୟ ମଧ୍ୟରେ ଉକ୍ତ ଅଞ୍ଚଳର କୈଣସି ଲୋକ ବାହାରକୁ ଯାଇ ପାରିବେ ନାହିଁ କି କୈଣସି ବାହାର ଲୋକ ଉକ୍ତ ଅଞ୍ଚଳକୁ ଅସି ପାରିବେନାହି।ଜଦି କୈଣସି ବ୍ୟକ୍ତି ସରକାରଙ୍କ ନିର୍ଦ୍ଦେଶ କୁ ବେଖାତିର କରନ୍ତି ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ସେହିପରି ଏହି ଦିନ ମାନଙ୍କରେ ଉକ୍ତ ଅଞ୍ଚଳଗୁଡିକୁ ଅଗ୍ନିଶମ ବିଭାଗ ପକ୍ଷରୁ ବିଶୋଧନ କରାଯିବ ଓ କଣ୍ଟାକ୍ଟ ଟ୍ରେସିଂ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ରହିଛି।ତେବେ ନିଜେ ସଚେତନ ହେବା ସହିତ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ଓ କୈଣସି ଜାଗାରେ ଜନଗହଳି ନ କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ରହିଛି।

Leave a Reply

Your email address will not be published. Required fields are marked *