ଭାରତ ବିକାଶ ପରିଷଦ, ଓଡ଼ିଶା ପୂର୍ବ ପ୍ରାନ୍ତର କାଉନସିଲ ବୈଠକ

Spread the love

ଭୁବନେଶ୍ୱର,(ନାଗରାଜ ନ୍ୟୁଜ): ଗତ ୧୩ ତାରିଖରେ ସହୀଦ ନଗର ସ୍ଥିତ ବିଷ୍ଣୁ ମନ୍ଦିର ସଭା କକ୍ଷରେ ଭାରତ ବିକାଶ ପରିଷଦ, ପୂର୍ବ ପ୍ରାନ୍ତର କାଉନସିଲ ବୈଠକ ଅଧ୍ୟକ୍ଷ ଶୁଭାଶିଷ କରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ପ୍ରାନ୍ତର ବିଭିନ୍ନ ୧୧ ଗୋଟି ଶାଖାରୁ ଅଧ୍ୟକ୍ଷ, ସଚିବ ଏବଂ ଅର୍ଥ ସଚିବ ମାନେ ଏଥିରେ ଅଂଶଗ୍ରହଣ କରିଥିବା ବେଳେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀ ସଚ୍ଚିଦାନନ୍ଦ ପଣ୍ଡା, କ୍ଷେତ୍ରୀୟ ସଚିବ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ଖୁଣ୍ଟିଆ ପ୍ରମୁଖ ମଞ୍ଚାସୀନ ଥିବାବେଳେ ମଞ୍ଚ ପରିଚାଳନା କରିଥିଲେ ପ୍ରାନ୍ତ ମହା ସଚିବ ଶ୍ରୀ ପ୍ରଦୀପ୍ତ କୁମାର ମହାରଣା । ବୈଠକ ଆରମ୍ଭରେ ଶାଖା ଅଧ୍ୟକ୍ଷ ମାନେ ଉପସ୍ଥିତ ଶାଖା ପଦାଧିକାରୀ ମାନଙ୍କର ପରିଚୟ ପ୍ରଦାନ କରିଥିଲେ ଏବଂ ପରେ ପରେ ଶାଖା ସଚିବ ମାନେ ନିଜ ନିଜ ଶାଖାର କାର୍ଯ୍ୟ ବିବରଣୀ ପ୍ରଦାନ କରିଥିଲେ । ପରେ ପରେ ପ୍ରାନ୍ତର ବିଭିନ୍ନ ପ୍ରତିଯୋଗିତାରେ କୃତୀତ୍ଵ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କର ଟ୍ରଫି ଓ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଝାଡ଼ଖଣ୍ଡ ପ୍ରାନ୍ତରୁ ଆସିଥିବା ପର୍ଯ୍ୟବେକ୍ଷକ ଶ୍ରୀ ହରିରଂଜନ୍ ସିଂ ଙ୍କ ତତ୍ତ୍ଵାବଧାନରେ ପ୍ରାନ୍ତର ୨୦୨୨-୨୩ ବର୍ଷ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ନିର୍ବାଚନରେ ସର୍ବଶ୍ରୀ ଶୁଭାଶିଷ କର, ପ୍ରଦୀପ୍ତ କୁମାର ମହାରଣା ଓ ଦୁଖୀଶ୍ୟାମ ଦାଶ ପ୍ରମୁଖ ଯଥାକ୍ରମେ ଅଧ୍ୟକ୍ଷ, ମହାସଚିବ ଓ ଅର୍ଥ ସଚିବ ଭାବେ ନିର୍ବାଚିତ ହୋଇଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର୍ ଧନୁଷ୍ ଧାରୀ ମିଶ୍ର, ଶ୍ରୀ ଲକ୍ଷ୍ମଣ କୁମାର ମହାନ୍ତି, ଶ୍ରୀମତୀ ବୀଣାପାଣି ସାହୁ, ଶ୍ରୀମତୀ ସଂଗୀତା ଦାସ, ଡଃ ମନୋରଞ୍ଜନ ଦାସ ଓ ଶ୍ରୀ ମନୋରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଚନ୍ଦ୍ର ଶେଖରପୁର ପୁର ଶାଖାର ଅଧ୍ୟକ୍ଷ ଶ୍ରୀ ସଚ୍ଚିଦାନନ୍ଦ ନାୟକ ଓ ସଚିବ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ସାହୁ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିଚାଳନା ଦାୟିତ୍ଵ ନିର୍ବାହ କରିଥିଲେ।

Leave a Reply

Your email address will not be published. Required fields are marked *