କୋଭିଡ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Spread the love

ବାଙ୍କୀ: ସତ୍ୟସାଇ ଡେଭଲପମେଣ୍ଟ ଅର୍ଗାନାଇଜେସନ ପକ୍ଷରୁ ବାଙ୍କୀ ରଗଡି ଗ୍ରାମରେ ଏକ କୋଭିଡ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅର୍ଗାନାଇଜେସନର ମୁଖ୍ୟ କ୍ଷୀତିଶ ବେହେରାଙ୍କ ଅଧ୍ୟକ୍ଷତାରେ ବହୁଯୁବ ସମାଜସେବୀ ଏଥିରେ ଅଂଶଗ୍ରହଣ କରିଥିଲେ । ବିଗତ କିଛିଦିନ ତଳେ ଏହି ଗ୍ରାମରେ ଅଧିକ କରୋନା ସଂକ୍ରମଣ ଦେଖାଦେଇଥିଲା ।

ଏହାକୁ ପ୍ରତିହତ କରିବା ତଥା ଆଗକୁ କିଭଳି ସଂକ୍ରମଣ ନବ୍ୟାପିବ ତାହାକୁ ଆଖି ଆଗରେ ରଖି ଆଗେଇ ଆସିଛନ୍ତି ଉକ୍ତ ସ୍ବେଚ୍ଛାସେବି ସଂଗଠନ । ଏହି ଗ୍ରାମକୁ ଆସି ଲୋକଙ୍କୁ ସଚେତନ କରିବା ସହ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସରକାରଙ୍କ କୋଭିଡ ନିୟମ ମାନିବା, ସବୁବେଳେ ମୁଁହରେ ମାସ୍କ ପିନ୍ଧିବା, ହାତକୁ ସାବୁନରେ ବାରମ୍ବାର ଧୋଇବା, ସିମାଜିକ ଦୂରତା ପାଳନ ଅବଲମ୍ବନ କରିବା ପାଇଁ ଲୋକଙ୍କୁ ବୁଝାଇଥିଲେ ।

Leave a Reply

Your email address will not be published. Required fields are marked *