କୋରାପୁଟରେ କୋଭିଡ ଡାକ୍ତରଖାନା ଉଦ୍ଘାଟନ

Spread the love

କୋରାପୁଟ: ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ପରିସରରେ ନିର୍ମାଣ ହୋଇଛି ସ୍ବତନ୍ତ୍ର କୋଭିଡ ଡାକ୍ତରଖାନା। ଏହି ୭୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନାର ହେଲା ଉଦଘାଟନ। ଏହି ଡାକ୍ତରଖାନା କାର୍ୟ୍ୟକ୍ଷମ ହେବା ପରେ ଜିଲ୍ଲାର ଗୁରୁତର ରୋଗୀଙ୍କୁ କଟକ, ଭୁବନେଶ୍ବର ପଠାଇବାର ଆବଶ୍ୟକତା ରହିବନି। ବରଂ ଏଠାରେ କୋଭିଡ ସଂକ୍ରମିତମାନେ ଉନ୍ନତ ସ୍ବାସ୍ଥ୍ୟସେବା ପାଇବେ ବୋଲି ଅନୁମାନ କରାଯାଉଛି। କୋରାପୁଟ ଜିଲ୍ଲାରେ ଗୋଟିଏ କୋଭିଡ ଡାକ୍ତରଖାନା ରହିଥିବାବେଳେ କୋଭିଡ କେୟାର କେନ୍ଦ୍ର ରହିଛି । ବରିଷ୍ଠ ଡାକ୍ତରମାନେ ରୋଗୀଙ୍କ ପରୀକ୍ଷା କରିବା ସହ ବିଭିନ୍ନ ପରାମର୍ଶ ଦେବେ ବୋଲି ଜଣାପଡିଛି। ଏହା ସହିତ କୋଭିଡ ସଂପର୍କିତ ତାଲିମପ୍ରାପ୍ତ ଡାକ୍ତର ମଧ୍ୟ ରୋଗୀସେବା କରିବେ। ତେଣୁ ଏହି ଡାକ୍ତରଖାନା କାର୍ୟ୍ୟକ୍ଷମ ହେଲେ କୋରାପୁଟ ଜିଲ୍ଲାର କୋଭିଡ ରୋଗୀମାନେ ଉନ୍ନତ ମାନର ସେବା ପାଇପାରିବେ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *