ନକଲି ଔଷଧ ଉପରେ ଜୋରଦାର ଚଢାଉ

Spread the love

କଟକ,(ନାଗରାଜ ନ୍ୟୁଜ): କଟକରେ ନକଲି ଔଷଧ କାରବାର । ଟେଲମା ୪୦ ଓ ଟେଲମା ଏମ ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ବଜାରରେ ମିଳୁଥିବା ଏହି ଔଷଧ କୁ ଯାଞ୍ଚ କରିଛି କଟକ ଡ୍ରଗ କଣ୍ଟ୍ରୋଲ ବିଭାଗ । ସୂଚନା ଅନୁଯାୟୀ, କଟକ ମାଣିକଘୋଷ ବଜାର ଅଞ୍ଚଳ ରେ ଥିବା ବିଭିନ୍ନ ମେଡିସିନ ବିତରକ ସଂସ୍ଥା ଗୁଡ଼ିକରେ ଡ୍ରଗ ବିଭାଗ ପକ୍ଷରୁ ଯାଞ୍ଚ କରାଯିବା ସହ ମେଡିସିନ ଗୁଡ଼ିକୁ ଜବତ କରିଛି ଡ୍ରଗ ବିଭାଗ । ଏତତ ବ୍ୟତିତ ରାଜ୍ୟ ର ବିଭିନ୍ନ ଜିଲ୍ଲା କୁ ଯାଇଥିବା ଉକ୍ତ ମେଡିସିନ ଗୁଡ଼ିକୁ ମଧ୍ୟ ଫେରସ୍ତ ମଗାଯାଇଛି । ଅନ୍ୟପକ୍ଷରେ କଟକ, ଭୁବନେଶ୍ବର, ବାଲେଶ୍ବର ସମେତ ରାଜ୍ୟର ପ୍ରାୟ ୭ଟି ଅଞ୍ଚଳକୁ ଏହି ଔଷଧ ଯାଇଥିବା ଜଣାପଡ଼ିବା ପରେ ସେସବୁ ଔଷଧକୁ ବିକ୍ରି ନକରିବା ପାଇଁ ନିର୍ଦ୍ଦେଶନାମା ସହିତ ସେସବୁ‌କୁ ବଜାରରୁ ଫେରସ୍ତ ଆଣିବାକୁ ସମସ୍ତଙ୍କୁ ଚିଠି ଲେଖିଛି ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ। ପାଖାପାଖି ହଜାରେ ଦୋକାନକୁ ଏହି ଔଷଧ ଯାଇଥିବା ଆଶଙ୍କା କରାଯାଉଛି। ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ଏଯାଏ ଏଭଳି ୩ ଲକ୍ଷ ଟଙ୍କାର ଔଷଧ ଜବତ୍‌ କରି ସାରିଲାଣି ବୋଲି ଏନେଇ ଡ୍ରଗ କଣ୍ଟ୍ରୋଲ ବିଭାଗ ମୁଖ୍ୟ ତୁଷାର କୁମାର କହିଛନ୍ତି । ଏହାକୁ ଆମେ କେବଳ ସର୍ଚ୍ଚ କରିଛୁ କମ୍ପାନୀ କୁ ଲିଖିତ ଭାବେ ଜଣାଯାଇଛି ନମୁନା ଟେଷ୍ଟ ପାଇଁ ପଠାଯାଇଛି ରିପୋର୍ଟ ଆସିବା ପରେ ଏହା ଠିକ୍ କି ଭୁଲ୍ ଜଣାପଡ଼ିବ ଓ ବିକ୍ରୟ ପାଇଁ ଅନୁମତି ମିଳିବ ।

Leave a Reply

Your email address will not be published. Required fields are marked *