କ୍ରେନ୍ ଅପରେଟରଙ୍କୁ ଗୁଳିମାଡ଼ ଘଟଣାର ପର୍ଦ୍ଦାଫାଶ, ଶଳାଭାଉଜ ସହ ପରକ୍ରୀୟା ପ୍ରୀତିରୁ ଶଳାକୁ ହତ୍ୟା ଯୋଜନା, ୩ ଗିରଫ

Spread the love

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅନ୍ତର୍ଗତ ଟାଟାଷ୍ଟିଲ୍ ମେରାମଣ୍ଡଳୀ କାରଖାନା ପାଶ୍ୱର୍ ତାଳବାହାଳି ରାସ୍ତାରେ ଗତ ୧୪ ତାରିଖ ସୋମବାର ପୂର୍ବାହ୍ନ କ୍ରେନ୍ ଅପରେଟରଙ୍କୁ ହୋଇଥିବା ଗୁଳିମାଡ ଘଟଣାର ପର୍ଦ୍ଦାଫାଶ ହୋଇଛି । ପରକ୍ରୀୟା ପ୍ରୀତିରୁ ଗୁଳିମାଡ ହୋଇଥିବା ପୁଲିସ୍ ମାତ୍ର ୬ ଦିନ ଭିତରେ ତଦନ୍ତ କରି ଘଟଣା ଉପରୁ ପରଦା ଉଠାଇଛି । ଶଳାଭାଉଜ ସହ ଅନୈତିକ ସଂପର୍କରୁ ଶଳାକୁ ହତ୍ୟା କରିବା ପାଇଁ ଭିଣୋଇ ବ୍ଲୁ ପ୍ରିଣ୍ଟ୍ ରଚିଥିଲା । ଏଥିରେ ସହଯୋଗ କରିଥିଲେ ଶଳାଭାଉଜ । ଆଉ ଶେଷରେ ହତ୍ୟା କରିବା ପାଇଁ ଭିଣୋଇ ବନ୍ଧୁକରୁ ଶଳାକୁ ଗୁଳି ମାରିଥିଲା । ଗୁଳିକାଣ୍ଡର ଶିକାର ହୋଇଥିବା କ୍ରେନ୍ ଅପରେଟର ରବି କୁମାରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାବେଳେ ସେ କୋମା ଅବସ୍ଥାକୁ ଚାଲି ଯାଇଛନ୍ତି । ଗତ ୬ ମାସ ଧରି ଶଳାଭାଉଜ ସହ ଅନୈତିକ ତଥା ଶାରୀରିକ ସଂପର୍କ ରହିଥିଲା । ଶଳାକୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଶଳାଭାଉଜ ସହ ସଂପର୍କ ସ୍ଥାପନ ପାଇଁ ଭିଣୋଇ ଯୋଜନା କରି ଗୁଳି ଚଳାଇଥିଲା । ଅଭିଯୋଗକାରୀ ଭିଣୋଇ ହିଁ ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି ଢେଙ୍କାନାଳ ଏସ୍ପି ଲୋଗାନୟାଗୀ ଦିବ୍ୟା ଭି. ରବିବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ଏହି ଘଟଣାରେ ରବି କୁମାରଙ୍କ ଭିଣୋଇ ତଥା ଘଟଣାର ମୁଖ୍ୟ ଅଭିଯୁକ୍ତ ବିହାର ଲାଖିସରାଇ ଜିଲ୍ଲା ଅନ୍ତର୍ଗତ ଝିନୁଆରା ଗ୍ରାମର ରାହୁଲ କୁମାର (୩୭), ରବିଙ୍କ ପତ୍ନୀ ବିହାର ନାଳନ୍ଦା ଜିଲ୍ଲାର ସିଲାଓ ଥାନା ଅନ୍ତର୍ଗତ ଚଣ୍ଡିମାଓ ଗ୍ରାମର ଶ୍ୱେତା ଦେବୀ (୨୭) ଓ ସହଯୋଗୀ ବିହାର ରାଜ୍ୟ ନାବଡା ଜିଲ୍ଲା ଲଖମୋହନା ଗ୍ରାମର ଗୌତମ କୁମାର (୩୦)ଙ୍କୁ ପୁଲିସ୍ ଗିରଫ କରିଛି । ସେମାନଙ୍କଠାରୁ ଗୁଳିଭର୍ତ୍ତି କ୍ୟାର୍ଟିଜ୍କୁ ଜବତ କରାଯାଇଛି । ଅଭିଯୁକ୍ତମାନଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଥିବାବେଳେ ଜାମିନ୍ ନାମାଞ୍ଜୁର ହେବାରୁ ଜେଲ୍ ପଠାଇ ଦିଆଯାଇଛି .

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *