ମହାପ୍ରଭୁଙ୍କ ଚନ୍ଦନଯାତ୍ରା ଉପଲକ୍ଷେ ପୁରୀରେ ଭକ୍ତଙ୍କ ଭିଡ଼

Spread the love

ପୁରୀ, (ନାଗରାଜ ନ୍ୟୁଜ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଚନ୍ଦନଯାତ୍ରା ୨୧ଦିନ ଧରି ଚାଲୁଅଛି। ଭଉଁରୀ ଯେତେ ପାଖେଇ ଆସୁଛି ଭକ୍ତଙ୍କ ଭିଡ଼ ସେତେ ବଢ଼ିବାରେ ଲାଗିଛି। ପ୍ରଶାସନ ତରଫରୁ ଭକ୍ତମାନଙ୍କ ପାଇଁ ସମସ୍ତପ୍ରକାର ସୁବିଧା ଯୋଗେଇ ଦିଆଯିବାସହିତ ଭକ୍ତମାନଙ୍କ ପାଇଁ ଭଜନ,ଓଡିଶୀ ଇତ୍ୟାଦି ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ସନ୍ଧ୍ୟାରେ ପ୍ରତିଦିନ ପରିବେଷଣ କରାଯାଉଛି। ମହାପ୍ରଭୁଙ୍କ ନରେନ୍ଦ୍ର ପୁଷ୍କରିଣୀ ରେ ନୌବିହାର କରି ଜଳକ୍ରୀଡା ଉର୍ଷବ ଦେଖିବା ପାଇଁ ହଜାର ହଜାର ଭକ୍ତ ସମାଗମ ହେଉଛନ୍ତି। ହରିବୋଲ ହୁଳହୁଳି ରେ ନରେନ୍ଦ୍ର ପୁଷ୍କରିଣୀର ଚତୁରପାର୍ଶ୍ଵ ପ୍ରାକମ୍ପିତ ହେଉଛି। ମହାପ୍ରଭୁଙ୍କ ନିକଟରେ ମାଲପୁଆ,ବଲ୍ଲଭ, କାକେରା,ଲୁଣିକୁରୁମା,ଚଢ଼େଇନଦା,ସରପୁରୀ, ପଇଡ଼ ଓ ବିଭିନ୍ନ ପ୍ରକାର ଫଳ ମହାପ୍ରଭୁଙ୍କ ନିକଟରେ ଭୋଗ କରି ମହାପ୍ରସାଦ କୁ ଭକ୍ତଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥାଏ । କରନା ଦୁଇବର୍ଷ ପରେ ଭକ୍ତଙ୍କ ମେଳରେ ଚନ୍ଦନଯାତ୍ରା କୁ ସବୁଜ ସଙ୍କେତ ଦେଇଥିବାରୁ ଭକ୍ତ ଓ ପୁରିବାସୀ ମନଭରି ଅତ୍ୟନ୍ତ ଆନନ୍ଦରେ ପ୍ରବଳ ଗହଳି ମଧ୍ୟରେ ମହାପ୍ରଭୁଙ୍କ ଜଳକ୍ରୀଡାକୁ ଉପଭୋଗ କରୁଛନ୍ତି।

Leave a Reply

Your email address will not be published. Required fields are marked *