କଟକ କଂଗ୍ରେସ ପକ୍ଷରୁ ରେଳଷ୍ଟେସନ ସମ୍ମୁଖରେ ପ୍ରତିବାଦ

Spread the love

କଟକ,(ନାଗରାଜ ନ୍ୟୁଜ): କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ଉପାଧ୍ୟକ୍ଷ ରାହୁଲଙ୍କ ଗାନ୍ଧୀଙ୍କ ପ୍ରତି ହୋଇଥିବା ଅନ୍ୟାୟକୁ ବିରୋଧ କରିଛି କଂଗ୍ରେସ । କଟକ ନଗର କଂଗ୍ରେସ ପକ୍ଷରୁ ରେଳଷ୍ଟେସନ ସମ୍ମୁଖରେ ପ୍ରତିବାଦ ଦିବସ ପାଳନ କରିଛି। ପ୍ରତିବାଦ ସଭାରେ ବାରବାଟୀ କଟକ ବିଧାୟକ ତଥା କଂଗ୍ରେସ ନେତା ମହମ୍ମଦ ମୋକିମ୍ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତିକୁ କଡା ବିରୋଧ କରିଛନ୍ତି। ସେ କହିଛନ୍ତି ଯେ, କେନ୍ଦ୍ରର ମୋଦି ସରକାର ଜାଣିଶୁଣି ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କୁ ଢାଲ କରି ରେଡ୍ କରୁଛନ୍ତି। ଯାହାକି ତାଙ୍କର ସମ୍ମାନ ପ୍ରତି ଆଞ୍ଚ ଆଣି ଦେଇଛି। ଏହା ସୁସ୍ଥ ଗଣତାନ୍ତ୍ରିକ ପଦ୍ଧତି ନୁହେଁ। ଆଉ ଏହି ଘଟଣା କଂଗ୍ରେସ ର ପ୍ରତ୍ୟେକ ଟି ନେତା ଓ କର୍ମୀମାନଙ୍କୁ ବେଶ୍ ଆଘାତ ଦେଇଛି। ଏହା ଦେଶ ପାଇଁ ଅପମାନ ବୋଲି କହିଛନ୍ତି ସେ। ତେବେ ସେ ଚା ଦୋକାନୀ ହେଉ ବା ପାନ ଦୋକାନୀ ସମସ୍ତଙ୍କୁ ଏ ସରକାର ଚଖମା ଦେଖାଇ ଇଡିର ଭୟଭୀତ କରାଉଛନ୍ତି। ସରକାର ପ୍ରତିଶୋଧ ପରାୟଣ ହୋଇ ହୀନ ରାଜନୀତି କରୁଛନ୍ତି। ତେବେ ସିବିଆଇ ହୁଅନ୍ତୁ ବା ଇଡି ହେଉ ଏଭଳି ବ୍ୟବହାରରୁ କ୍ଷାନ୍ତ ରୁହନ୍ତୁ। ନଚେତ ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ସାରା ଦେଶରେ ଆନ୍ଦୋଳନ ଜାରି ରଖିବ ବୋଲି କହିଛନ୍ତି ବିଧାୟକ ମୋକିମ୍। ପ୍ରତିବାଦ ସଭାରେ ମହିଳା, ଯୁବ,ଛାତ୍ର କର୍ମୀ ମାନେ ଉପସ୍ଥିତ ରହି ମୋଦି ସରକାରଙ୍କ ଏଭଳି ପଦକ୍ଷେପକୁ ଭତ୍ସନା କରିଥିଲେ।

Leave a Reply

Your email address will not be published. Required fields are marked *