କଟକ ଜିଲ୍ଲାସ୍ତରୀୟ ହାକାଥାନ୍ ପ୍ରକଳ୍ପ ଓ ଆନ୍ସିଲାରୀ ପ୍ରତିଯୋଗିତା

Spread the love

କଟକ, (ନାଗରାଜ ନ୍ୟୁଜ): କଟକ ଜିଲ୍ଲା ସ୍ତରୀୟ ହାକାଥାନ୍ ପ୍ରକଳ୍ପ ଓ ଆନ୍ସିଲାରୀ ପ୍ରତିଯୋଗିତା 2022-23 ରେଭେନ୍ସା ଜୁନିଅର୍ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିକ୍ଷାଧିକାରୀ କୃଷ୍ଣ ଚନ୍ଦ୍ର ନାୟକ ଯୋଗ ଦେଇ କହିଲେ ଶିକ୍ଷା ବ୍ୟବସ୍ଥା ବାହାରେ ଛାତ୍ର ଛାତ୍ରୀ ମାନଙ୍କ ର ଦକ୍ଷତା ବିକାଶ ଦିଗରେ ହାକାଥାନ କିପରି ଏକ ସମୟ ଉପିଯୋଗୀ ପଦକ୍ଷେପ ସେ ସମ୍ପର୍କରେ ପ୍ରତିଯୋଗୀ ମାନଙ୍କୁ ଅବଗତ କରାଇଥିଲେ। ସମ୍ମାନୀତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷାଅଧିକାରୀ ସୋନାମିକା ରାୟ ଉଦବୋଧନ ଦେଇ କହିଲେ ହାକଥାନ କିପରି କଳା ବାଣିଜ୍ୟ ଓ ବିଜ୍ଞାନକୁ ଏକାଠି କରିପାରିଛି ଏବଂ ଦୈନ୍ୟ ଦିନ ଜୀବନରେ ଆମର ସମସ୍ୟା ଗୁଡ଼ିକୁ ସମାଧାନ କରିବା ଦିଗରେ ସାହାଯ୍ୟ କରିବ ଏବଂ ଆମର ଆତ୍ମ ବିଶ୍ବାସ କୁ ବଢ଼ାଇବା ସହ ଚିନ୍ତା ଶକ୍ତି ବୃଦ୍ଧିରେ ସହାୟକ ହେବ ବୋଲି କହିଥିଲେ। ମୁଖ୍ୟବକ୍ତା ଭାବରେ ଜୁନିୟର କଲେଜର ଅଧ୍ୟକ୍ଷ ଶ୍ରୀମତୀ ଆରତୀ ତ୍ରିପାଠୀ, ଜିଲ୍ଲା ବିଜ୍ଞାନ ପରିଦର୍ଶକ ଅକ୍ଷୟ କୁମାର ନନ୍ଦ, ଚୌଧୁରୀ ରମାକାନ୍ତ ପ୍ରହରାଜ, ଜିଲ୍ଲା ବାଳିକା ଶିକ୍ଷା ସଂଯୋଜିକା ମାନସୀ ଧଳ,ପ୍ରମୁଖ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷାଅଧିକାରୀ ଡକ୍ଟର ସନ୍ତୋଷ କୁମାର ରାଉତ ଅଧ୍ୟକ୍ଷତା କରି ସଭାର ଲକ୍ଷ୍ୟ ଓ ହାକାଥାନ୍ ର ଉଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଜିଲ୍ଲା ଶିକ୍ଷାଧିକାରୀ ଙ୍କ ସଭାପତିତ୍ୱରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବୋଷ ର ଅଧକ୍ଷ ଡକ୍ଟର ହୃଷିକେଶ ମହାନ୍ତି, ମୁଖ୍ୟ ବକ୍ତା ଭାବେ ଇଂଜିନିୟର ଶିଶିର କୁମାର ସାହୁ, ରେଭେନ୍ସା ଜୁନିଅର୍ କଲେଜ ର ସହକାରୀ ପ୍ରଫେସର ସନାତନ ବେହେରା ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ ହାକ୍ ଥାନ ବିଷୟରେ ଆଲୋକପାତ କରିଥିଲେ।ଏହି ଅବସରରେ କଟକ ଜିଲ୍ଲାର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବକ୍ତୃତା, ପ୍ରବନ୍ଧ, କୁଇଜ୍ ଏବଂ 25 ଟି ପ୍ରକଳ୍ପ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଓଡ଼ିଆ ପ୍ରବନ୍ଧ ରେ ପ୍ରଥମ ଆଶୁତୋଷ ବାରିକ, ଦ୍ଵିତୀୟ ସନ୍ତୋଷୀ ସାହୁ, ସୁପ୍ରାଲିନ ସାହୁ, ଇଂରାଜୀ ପ୍ରବନ୍ଧ ରେ ମିତାଲି ଦାସ, ସ୍ନେହା ମହାନ୍ତି, ଦାନିସ ଅହମ୍ମଦ, ଓଡ଼ିଆ ବକ୍ତୃତା ରେ ମାନସୀ ରାଣୀ ମହାନ୍ତି, ସୁପ୍ରିୟା ସ୍ଵାଇଁ, ସାଇ ଆଲୋକଜ୍ୟୋତି ନନ୍ଦ, ଇଂରାଜୀ ବକ୍ତୃତା ରେ ପ୍ରଲିପ୍ତା ପଣ୍ଡା, ଆକୁସା ଅହମ୍ମଦ, ସୃତି ସମ୍ଭାବନା ସ୍ଵାଇଁ କୁଇଜ୍ ରେ ପ୍ରିୟଦର୍ଶୀ ରାଉତ, ଚିନ୍ମୟୀ ଦାସ, ଜସ୍ମିନ ଭୂୟାଁ, ପ୍ରକଳ୍ପ ରେ 5 ଜଣ ଛାତ୍ର ଛାତ୍ରୀ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ। ଶେଷରେ ବିଭିନ୍ନ ପ୍ରତି ଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ବରିଷ୍ଠ ବିଜ୍ଞାନ ଶିକ୍ଷୟତ୍ରୀ ସାଗାରିକା ରାଉତ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି କାର୍ଯ୍ୟ କ୍ରମରେ ବିଚାରକ ଭାବେ ଅନନ୍ତ ଚରଣ ଦାସ, ଶିଶିର କୁମାର ନାୟକ, ରାଜକିଶୋର ପଣ୍ଡା,ମିହିର କୁମାର ପରିଡ଼ା,ପ୍ରୁଥିରାଜ ରାଉତ ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *