କଟକ ଜିଲ୍ଲାସ୍ତରୀୟ “ଜାତୀୟ ଗଣିତ ଦିବସ ” ପାଳିତ

Spread the love

କଟକ,(ନାଗରାଜ ନ୍ୟୁଜ): ଖାନନଗର ସରକାରୀ ଉଚ୍ଚ ବିଦ୍ୟାଳୟ ରେ କଟକ ଜିଲ୍ଲାସ୍ତରୀୟ “ଜାତୀୟ ଗଣିତ ଦିବସ ” ପାଳିତ ହୋଇଯାଇଛି! ବିଶ୍ଵପ୍ରସିଦ୍ଧ ଭାରତୀୟ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନ ଙ୍କ ସ୍ମୃତିରେ ଅନୁଷ୍ଠିତ ଏହି ଉତ୍ସବ ରେ ଜିଲ୍ଲା ବିଜ୍ଞାନ ସୁପରଭାଇଜର ଅକ୍ଷୟ କୁମାର ନନ୍ଦ ସଭାପତିତ୍ବ କରିଥିଲେ!ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଦିବସ ର ତାତ୍ପର୍ଯ୍ୟ ଓ ଗଣିତ ଜଗତ ବିଶ୍ୱରେ ଭାରତୀୟ ମାନଙ୍କ ର ଅବଦାନ ସମର୍କ ରେ ବହୁ ମୂଲ୍ୟବାନ ତଥ୍ୟ ଉପସ୍ଥାପନ କରିଥିଲେ! ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ଷଡ଼ଙ୍ଗୀ ଶ୍ରୀନିବାସ ରାମାନୁଜନ ଙ୍କ ଜୀବନୀ, ରାମାନୁଜନ ସଂଖ୍ୟା ଓ ଅlନ୍ତର୍ଜାତୀୟ ଗଣିତକ୍ଷେତ୍ର କୁ ରାମାନୁଜନ ଙ୍କ ଅନନ୍ୟ ଅବଦାନ ସମ୍ପର୍କ ରେ ବିସ୍ତୃତ ଆଲୋଚନା କରିଥିଲେ !

ଛାତ୍ରଛାତ୍ରୀ ମାନେ ରାମାନୁଜନ ଙ୍କ ସମ୍ପର୍କରେ ନିଜ ନିଜ ବକ୍ତବ୍ୟ ରଖିଥିଲେ ! ବିଜ୍ଞାନ ଶିକ୍ଷୟିତ୍ରୀ ଦୀପ୍ତିବାଳା ସାହୁ, ଦୀପିକା ବିନ୍ଧାଣି,କାଞ୍ଚନ ନାୟକ,ପ୍ରିୟମ୍ବଦା ବେହେରା,ତପସ୍ୱିନୀ ଶତପଥି,ଅଞ୍ଜଳି ସାହୁ, ଗଣିତ ଶିକ୍ଷକ ସନ୍ତୋଷ କୁମାର ଖୁଣ୍ଟିଆ, ତ୍ରିନାଥ ସେଠି ପ୍ରମୁଖ ରାମାନୁଜନ ଙ୍କ ସ୍ମୃତି ଚାରଣ କରିଥିଲେ! ପ୍ରଧାନ ଶିକ୍ଷକ ସୁକାନ୍ତ କୁମାର ଷଡ଼ଙ୍ଗୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ! ଡ଼. ସୁଜାତା ମହାପାତ୍ର, ଗୀତାରାଣୀ ସାହୂ,ଜୟଧର୍ମ ସେନାପତି,ମିତାଲି ମହାନ୍ତି, ,ବିଜୟଲକ୍ଷ୍ମୀ ସାହୁ, କାଞ୍ଚନ ଵାଳା ରାଉଳ, କଳ୍ପନା ସାହୁ, କଳ୍ପନା ମିଶ୍ର, କଳ୍ପନା ମିଶ୍ର,ନଳିନୀପ୍ରଭା ସ୍ୱାଇଁ,ସତ୍ୟଜିତ ଦାସ,ରଂଜିତ ଦାସ,ନମିତା ପ୍ରଧାନ,ପ୍ରତାପ କୁମାର ଆଚାର୍ଯ୍ୟ,ଋତୁପର୍ଣ୍ଣା ଦାସ ପ୍ରଭୃତି ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ର ସଫଳତା ପାଇଁ ସକ୍ରିୟ ସହଯୋଗ କରିଥିଲେ! ବିଜ୍ଞାନ ଶିକ୍ଷୟିତ୍ରୀ ସୌଦାମିନୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ!

Leave a Reply

Your email address will not be published. Required fields are marked *