କଟକ ନଗର ବିଜେପିର  ଟିଏମସି ଗୁଣ୍ଡାରାଜ ପ୍ରତିବାଦରେ ଧାରଣା

Spread the love

କଟକ:କଟକ ନଗର ବିଜେପି ତରଫରୁ ପଶ୍ଚିମବଙ୍ଗରେ ନିର୍ବାଚନ ପରେ ଟିଏମସି ଗୁଣ୍ଡାଙ୍କ ଭାଜପା ବିରୋଧୀ ବର୍ବର ହିଂସାକାଣ୍ଡ ବିରୁଦ୍ଧରେ କଟକ  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦରେ ଧାରଣା ଦିଆଯାଇଥିଲା। କୋଭିଡ ନିୟମ ପାଳନ କରି ପ୍ରତିବାଦ କରିଛି କଟକ ନଗର ବିଜେପି। ନଗର ସଭାପତି ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ଆସିଥିବା ଦଳ  ପ୍ରତିବାଦ କରି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଜିତିବା ପରେ ଟିଏମସି ହିଂସାତ୍ମକ ହୋଇଯାଇଛି। ଫଳାଫଳ ବିଜେପିର କର୍ମୀଙ୍କୁ ହତ୍ୟା କରିବା ସହ ଅନେକଙ୍କୁ ଆକ୍ରମଣକରି ଗୁରୁତର ଆହତ କରିଛନ୍ତି। ସେଥିଲାଗି ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ଦାବି କରିଛି କଟକ ନଗର ବିଜେପି।

କଟକରୁ ରୀନା ବେହେରା

Leave a Reply

Your email address will not be published. Required fields are marked *