କଟକ ପୁରୀଘାଟ ସୁନା ଦୋକାନରୁ ଚୋରି ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

Spread the love

କଟକ,(ନାଗରାଜ ନ୍ୟୁଜ): କଟକ ପୁରୀଘାଟ ସୁନା ଦୋକାନରୁ ଚୋରି ଘଟଣା। ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ରୁଇଦାସ କୁ ଗିରଫ କଲା ପୁରୀଘାଟ ଥାନା ପୋଲିସ। ସୁଶାନ୍ତ ଘର ପଶ୍ଚିମ ମେଦିନାପୁର ପଶ୍ଚିମବଙ୍ଗ ବୋଲି ପୋଲିସ ସୂଚନା ଦେଇଛି। ତା ନିକଟରୁ ମୁଦି,ସୁନାଗୁଣ୍ଡକୁ ଜବତ କରାଯାଇଛି। ଏଥିସହ ନଗଦ ୧୪ ହଜାର ଟଙ୍କା, ଗୋଟିଏ ମୋବାଇଲ ଫୋନ୍ କୁ ମଧ୍ୟ ଜବତ କରାଯାଇଛି। ଜବତ ସୁନାର ଓଜନ ଏକ କେଜି ଏବଂ ଏହା ୫୦ ଲକ୍ଷ ଟଙ୍କା ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *