କଟକ ସଦର ବ୍ଲକସ୍ତରୀୟ ସ୍ପୋର୍ଟ୍ସ ଓ ଗେମ୍ସ 2022 ଉଦଘାଟିତ

Spread the love

କଟକ, (ନାଗରାଜ ନ୍ୟୁଜ): ଆଜି କଟକ ସଦର ବ୍ଲକ ଓ କଟକ ମହାନଗର ନିଗମ ର ସ୍ପୋର୍ଟ୍ସ ଓ ଗେମ୍ସ 2022 ଖାନନଗର ସ୍ଥିତ ୟଙ୍ଗ ଉତ୍କଳ ସ୍ପୋର୍ଟ୍ସ ପଡିଆ ଠାରେ ଉଦଘାଟିତ ହୋଇଯାଇଛି! ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ଷଡ଼ଙ୍ଗୀ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ଉତ୍ସବ ରେ କଟକ ମହାନଗର ନିଗମ ର ମେୟର ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ସିଂହ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରୀଡାପତାକା ଉତ୍ତୋଳନ କରି ଏହି ଦୁଇଦିନିଆ ପ୍ରତିଯୋଗିତା କୁ ଉଦଘାଟନ କରିଥିଲେ! ଏହି ଅବସରରେ ଶ୍ରୀ ସିଂହ ଛାତ୍ରଛାତ୍ରୀ ମାନଙ୍କୁ ଓଡିଶା ସରକାରଙ୍କ ପକ୍ଷରୁ କ୍ରୀଡା କ୍ଷେତ୍ରରେ ଦିଆଯାଉଥିବା ବିଭିନ୍ନ ପ୍ରୋତ୍ସାହନ ଓ ସୁବିଧାସୁଯୋଗ ବିଷୟରେ ଅବଗତ କରାଇବା ସହିତ କରିଦର ଗୁରୁତ୍ୱ ସମ୍ପର୍କରେ ବହୁ ଉପାଦେୟ ପରାମର୍ଶ ପ୍ରଦାନ କରିଥିଲେ ! ଅତିରିକ୍ତ ପୋଲିସ ଆଯୁକ୍ତ ଅମରେନ୍ଦ୍ର ପଣ୍ଡା, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସରୋଜିନୀ ମିଶ୍ର, ରବୀନ୍ଦ୍ର କୁମାର ସ୍ୱାଇଁ, ମଧୁପାଟଣା ଥାନା ଅଧିକାରୀ ତୁଷାର ରଞ୍ଜନ ସେଠି, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ସୌଦାମିନୀ ଦାସ, ପ୍ରଧାନ ଶିକ୍ଷକ ସୁକାନ୍ତ ଚନ୍ଦ୍ର ଷଡ଼ଙ୍ଗୀ,ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ! କ୍ରୀଡା ଶିକ୍ଷକ ବିଶ୍ୱବିହାରୀ ଜେନା, ଜୟଧର୍ମ ସେନାପତି, ଚନ୍ଦ୍ରଭାନୁ ନାୟକ, ଭାନୁପ୍ରତାପ ରାଣ, ମୋଜେସ ବେହେରା, ଅସୀମା ମହାପାତ୍ର,ବିଶ୍ୱଜିତ ପଟ୍ଟନାୟକ, ରଂଜିତ କୁମାର ଦାସ ପ୍ରମୁଖ ଏହି ପ୍ରତିଯୋଗିତା କୁ ପରିଚାଳନା କରିଥିଲେ! କଟକ ସଦର ବ୍ଲକ ଓ କଟକ ମହାନଗର ନିଗମ ର ବିଭିନ୍ନ ଜୋନ ରୁ ବିଦ୍ୟାଳୟ ସ୍ତରରେ ମନୋନୀତ ଛାତ୍ରଛାତ୍ରୀ ମାନେ ଏଥିରେ ଖୋ ଖୋ, କବାଡି, ଭଲି ବଳ, ଫୁଟବଲ, ବ୍ୟାଡ଼ମୀଣ୍ଟନ ପ୍ରଭୃତି ବିଭିନ୍ନ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଛନ୍ତି ! ଯୋଗ୍ୟ କ୍ରୀଡ଼ାବିତ ମାନେ ଜାନୁଆରୀ ପ୍ରଥମ ସପ୍ତାହରେ ହେବାକୁ ଥିବା ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବେ !

Leave a Reply

Your email address will not be published. Required fields are marked *