ଗଡପୋଷ ଫାଣ୍ଡିରେ ଦବଙ୍ଗ ଫାଣ୍ଡି ଅଧିକାରୀ, ମଦମାଫିଆ ଏବଂ ଜୁଆଡିଙ୍କ ଭିତରେ ଛନକା

Spread the love

ରାଜଗାଙ୍ଗପୁର, (ଦଶରଥ ପୋଡ଼): ସମ୍ବଲପୁର ଜିଲ୍ଲା ବାମରା ବ୍ଳକ ଅନ୍ତର୍ଗତ ଗୋବିନ୍ଦପୁର ଥାନା ଅଧୀନରେ ଥିବା ଗଡପୋଷ ଫାଣ୍ଡିରେ ନୂତନ ଭାବେ ଯୋଗ ଦେଇଛନ୍ତି ଫାଣ୍ଡି ଅଧିକାରୀ ଦୁବରାଜ ସାହୁ । ସେ ଯୋଗ ଦେଉ ପ୍ରଥମରୁହି ଲୋକଙ୍କ ପ୍ରିୟ ଭାଜନ ହୋଇଥିବା ବେଳେ ଅପରାଧୀ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛନ୍ତି । ଗଡପୋଷ ଅଞ୍ଚଳରେ ମଦମାଫିଆ ଏବଂ ଜୁଆ ଆଡ୍ଡାର ପେନ୍ଠସ୍ଥଳୀ ଭାବେ ପରିଚିତ । ଆଜକୁ ଯେତେ ଫାଣ୍ଡି ଅଧିକାରୀ ଏହି ଫାଣ୍ଡିରେ ଯୋଗ ଦେଇଥିଲେ ମଧ୍ୟ ମଦମାଫିଆ ଏବଂ ଜୁଆ ଆଡ୍ଡାକୁ ନା କୋୖଣସି ଫାଣ୍ଡି ଅଧିକାରୀ ବନ୍ଦ କରିପାରିଛନ୍ତି ନା କୋୖଣସି ଥାନା ଅଧିକାରୀ । ହେଲେ ଗତ କିଛି ଦିନ ତଳେ ଗୋବିନ୍ଦପୁର ଥାନାରେ ନୂତନ ଭାବେ ଯୋଗ ଦେଇଥିବା ଦୁବରାଜ ସାହୁ ଲୋକଙ୍କ ପାଖରେ ଆସ୍ଥା ଭାଜନ ହୋଇଛନ୍ତି ।

ଏଥିସହିତ ଆଜି ଗଡପୋଷ ସାପ୍ତାହିକ ବଜାର ହୋଇଥିବା ବେଳେ ଦୁଇ ଚକିଆ ଗାଡ଼ି ଗୁଡ଼ିକୁ ରାସ୍ତା କଡ଼ରେ ହାଣ୍ଡେଲ ଲକ୍ ନକରି ଲୋକେ ଏଣେତେଣେ ରଖି ଦେଇଥିଲେ ।ହାଣ୍ଡେଲ ଲକ୍ ନକରିବାରୁ ଏହି ବଜାରରୁ ବାରମ୍ବାର ବାଇକ୍ ଚୋରି ହୋଇଛି ଏହାକୁ ସଚେତନ କରିବା ପାଇଁ ନୂତନ ଫାଣ୍ଡି ଅଧିକାରୀ ଆଜି ସାପ୍ତାହିକ ବଜାରରୁ ୨୦ରୁ ଉର୍ଦ୍ଧ୍ବ ବାଇକ୍ ଫାଣ୍ଡିକୁ ଟାଣି ନେଇ ‌ସଚେତନ କରି ତାଗିଦ୍ କରିବା ସହିତ ଫାଇନ ମଧ୍ୟ କାଟିଥିଲେ । କରୋନା ମହାମାରୀ ପାଇଁ ମାକ୍ସ ପିନ୍ଧିବା ଏବଂ ଦୁର୍ଘଟଣାରୁ ବଞ୍ଚିବା ପାଇଁ ହେଲମେଟ ପିନ୍ଧିବାକୁ ଲୋକଙ୍କୁ ସଚେତନ କରିଥିଲେ ।

ଏହା ପୂର୍ବରୁ ଶ୍ରୀ ସାହୁ ମହୁଲ ପାଲି ଥାନାର କୁସୁମୀ ଫାଣ୍ଡି ରେ ଫାଣ୍ଡି ଅଧିକାରୀ ଭାବେ ତାଙ୍କର ଦାଇତ୍ୱ ସୁଚାରୁରୂପେ ସମ୍ପାଦନା କରୁଥିଲେ । ଏବେ ଗଡପୋଷରେ ତାଙ୍କ କାର୍ଯ୍ୟ ଶୈଳୀ ଦେଖି ସାଧାରଣରେ ଆସ୍ବସ୍ଥି ଲାଭ ପାଇଥିବା ବେଳେ ମଦମାଫିଆ ଏବଂ ଜୁଆଡିଙ୍କ ଭିତରେ ଛନକା ପଶିଯାଇଛି ।

Leave a Reply

Your email address will not be published. Required fields are marked *