ପାଟଣାଗଡ, (ନାଗରାଜ ନ୍ୟୁଜ): ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ଯୁବା ପଞ୍ଚାୟତ ଯୁବା ଗାଁ ର ଖାଲିପଥରେ ଗାଁ ର ଦାଦନ ଦଲାଲ ମହିନ୍ଦ୍ର ସୁନା ଗତ ଦଶହରା ମାସ ରୁ କିଛି ଟଙ୍କା ଅଗ୍ରୀମ ଦେଇ ଶ୍ରମିକ ଯୁବା ଗାଁର ନକୁଳ ଧରୁଆ ଓ ତାଙ୍କ ପତ୍ନୀ ଙ୍କ ସହ ଦୁଇ ପୁଅ ଓ ଗୋଟିଏ ଝିଅ ମିଶି ପରିବାର ସହିତ ହାଇଦ୍ରାବାଦର ୱାରେଙ୍ଗାଲ ଅଞ୍ଚଳ କୁ ଶ୍ରମିକ ଭାବରେ ଇଟା ତିଆରି କରିବାକୁ ଯାଇ ନିର୍ଯାତନା ର ଶିକାର ହୋଇ ମୃତ୍ୟୁବରଣ କରିଥିଲେ । ଆଜି ମୃତକର ଶବ ଦାଦନ ଦଲାଲ ମୋହିନ ସୁନା ଙ୍କ ଗାଁରେ ଶବ ପହଞ୍ଚିଲା । ଗାଁ ରେ ଲୋକେ ରୁଣ୍ଡ ହେବା ପରେ ପରିବାର ସହିତ ଦାଦନ ଦଲାଲ ଙ୍କ ସମ୍ପର୍କୀୟ ଶ୍ରୀଧର କୁମ୍ଭାର ମୃତକ ର ପରିବାର ସହିତଆଲୋଚନା କରିଥିଲେ ଏବଂ ଏକ ଲକ୍ଷ ଟଙ୍କା ମୃତକର ପରିବାର କୁ ଦେବାପାଇଁ ଡିଲ କରିଥିଲେ। ଏବଂ ପୋଲିସ୍ ରେ ଏତଲା ନ ଦେଇ ଗାଁକୁ ଶବ ନେଇ ଦାହ କରିବାକୁ କହିଥିଲେ। ପରେ ମୃତକ ପରିବାର ଶବ ନିଜ ଭିଟାମାଟି କୁ ନେଇ ଶବ ଦାହ କରିଛନ୍ତି। ଏମିତି ବାରମ୍ବାର ଶ୍ରମିକ ମାନେ ନିର୍ଯାତନା ର ଶିକାର ହେଉଥିବା ବେଳେ ସରକାର ଦାଦନ ଶ୍ରମିକ ରୋକିବାରେ ବିଫଳ ହୋଇଛନ୍ତି । ବେଆଇନ ଭାବେ ଦାଦନ ଶ୍ରମିକ ଚାଲାଣ କରୁଥିବା ଦାଦନ ସର୍ଦ୍ଦାର ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଗରିବ ମୃତକ ଦାଦନ ଶ୍ରମିକ ଙ୍କ ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।
ବଲାଙ୍ଗୀରରୁ ଦୁର୍ଯ୍ୟୋଧନ ବର୍ଗେଙ୍କ ରିପୋର୍ଟ