ଡାଲମିଆ ସିମେଣ୍ଟର ଆନ୍ତର୍ଜାତିକ ମହିଳା ଦିବସ ପାଳନ

Spread the love

ରାଜଗାଙ୍ଗପୁର:ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ଼ର ସଙ୍ଗମ ମହିଳା ମଣ୍ଡଳ (ଏସ.ଏମ.ଏମ) ତରଫରୁ କମ୍ପାନୀର ରେ କାର୍ଯ୍ୟରତ  ମହିଳା ଶ୍ରମିକଙ୍କୁ ନେଇ  ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇ ଯାଇଛି l ଏହି ଅବସରରେ ସଙ୍ଗମ ମହିଳା ମଣ୍ଡଳର ସଭାନେତ୍ରୀ ସୁନିତା ଗୁପ୍ତା ଏବଂ କିରନ ଗୁପ୍ତlଙ୍କ ସହିତ ପ୍ରିୟଙ୍କା ବାହେତି, ବର୍ଣ୍ଣାଲୀ ପ୍ରସାଦ, ସଂଗୀତ ଅଗ୍ରୱାଲ, ନିରୁପମା ଦାସ, ପୁଷ୍ପଲତା ଓଝା, ରେନୁ ବାରିକ ଦ୍ୱାରା ଶ୍ରମିକ ମହିଳାଙ୍କୁ ସାଡୀ ଏବଂ ମିଠା ବଣ୍ଟନ କରାଯାଇଥିଲା l

ସକାଳୁ ସଙ୍ଗମ ମହିଳା ମଣ୍ଡଳର ସଦସ୍ୟ ମାନେ କମ୍ପାନୀର ବିଭିନ୍ନ ସ୍ଥାନ ଯେମିତିକି ଲାଇନ-୧, ଲାଇନ-୨, ଲାଇନ-୩, ରିଫ୍ରାକଟୋରି କାରଖାନା, ଗେଷ୍ଟ ହାଉସ, ସ୍ପଂଦନ ସ୍ୱାସ୍ଥ୍ୟ କେନ୍ଦ୍ର ବୁଲି ପାଖା ପାଖି ୬୮୦ ମହିଳା ଶ୍ରମିକଙ୍କୁ ସାଡୀ ଏବଂ ମିଠା ବଣ୍ଟନ କରିଥିଲେ l

ସଙ୍ଗମ ମହିଳା ମଣ୍ଡଳର ଏହି ପ୍ରୟାସକୁ ପ୍ରସଂଶା କରି ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ଼ର ପୂର୍ବାଂଚଳ ଉତ୍ପାଦନ ମୁଖ୍ୟ ଶ୍ରୀ ସୁନୀଲ କୁମାର ଗୁପ୍ତା, କାର୍ଯ୍ୟନିର୍ବାହୀ ନିର୍ଦେଶକ ସୁନୀଲ ଗୁପ୍ତା ଏବଂ ରାଜଗାଙ୍ଗପୁର କାରଖାନା ମୁଖ୍ୟ ଲୋକେଶ କୁମାର ବାହେତି ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷ ନିଜର ଶୁଭକାମନା ଜଣାଇଲେ l

ଏହି ଅବସରରେ ସଙ୍ଗମ ମହିଳା ମଣ୍ଡଳର ସଭାନେତ୍ରୀ ଶ୍ରୀମତୀ ସୁନିତା ଗୁପ୍ତା କହିଥିଲେଯେ ମହିଳା ମାନେ ଚାହିଁଲେ କିପରି ନିଜର ପରିବାର ଓ ସମାଜର ସ୍ୱାସ୍ଥ୍ୟ, ଶିକ୍ଷା ଓ ଜୀବିକାରେ ଉନ୍ନତି ଆଣିପାରିବେ l ସେମାନଙ୍କୁ ଉତ୍ସାହିତ କରିବା ପାଇଁ ସଙ୍ଗମ ମହିଳା ମଣ୍ଡଳ ତରଫରୁ ଏହା ଏକ ପ୍ରୟାସ l

କିରନ ଗୁପ୍ତା କହିଲେ ମହିଳାମାନଙ୍କ ସମ୍ମାନ ଯେଉଁଠି ଅଛି ସେ ଦେଶର ସମାଜ ସବୁଠୁ  ଉନ୍ନତ।

     (ଲବ କିଶୋର ନାୟକଙ୍କ ରିପୋର୍ଟ)

Leave a Reply

Your email address will not be published. Required fields are marked *