ଭାରତବର୍ଷର ଶେଷ ରାଣୀ ରାସ ମଞ୍ଜରୀ ଦେବୀଙ୍କ ପରଲୋକ

Spread the love

ଆଠଗଡ଼,(ନାଗରାଜ ନ୍ୟୁଜ): ଭାରତବର୍ଷର ରାଜଶାସନର ଶେଷ ରାଣି ତଥା ଆଠଗଡର ପୂର୍ବତନ ବିଧାୟିକା ରାଣୀ ରାସ ମଞ୍ଜରୀ ଦେବୀଙ୍କ ପରଲୋକ। ତିଗିରିଆ ଗଡର ଶେଷ ସ୍ୱାଧୀନ ରାଣୀ ତଥା ଆଠଗଡର ପୂର୍ବତନ ବିଧାୟିକା ରାଣୀ ରାସ ମଞ୍ଜରୀ ଦେବୀଙ୍କ ୯୬ ବର୍ଷରେ ପରଲୋକ।ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ। ତାଙ୍କର ବିୟୋଗ ଖବର ପ୍ରଚାରିତ ପରେ ଆଠଗଡ ତିଗିରିଆ ନିର୍ବାଚନ ମଣ୍ଡଳୀ ରେ ଶୋକର ଛାୟା ଖେଳି ଯାଇଛି । ରାସ ମଞ୍ଜରୀ ଦେବୀ ଜନତା ଦଳରୁ ୧୯୭୭-୮୦ ମସିହା ପର୍ଯ୍ୟନ୍ତ ଆଠଗଡ ନିର୍ବାଚନ ମଣ୍ଡଳୀ ରୁ ବିଧାୟିକା ଭାବେ ନିର୍ବାଚିତା ହୋଇଥିଲେ। ରାଣୀଙ୍କୁ ଶେଷ ଦର୍ଶନ କଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଙ୍କ ସମେତ ବହୁ ସ୍ଥାନୀୟ ଲୋକେ .

Leave a Reply

Your email address will not be published. Required fields are marked *