ଆହତ ଅବସ୍ଥାରେ ହରିଣ ଉଦ୍ଧାର

Spread the love

ଖଇରା,(ନାଗରାଜ ନ୍ୟୁଜ): ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଚ୍ୟୁତପୁର ପଞ୍ଚାୟତ ଅଧିନ ଶିରିପୁର ଗାଁରେ ଥିବା ଏକ ପୋଖରୀରୁ ଆହତ ଅବସ୍ଥାରେ ଏକ ହରିଣ ଉଦ୍ଧାର କରି ଔପଦା ବନବିଭାଗକୁ ହସ୍ତାନ୍ତର କଲେ ଗ୍ରାମବାସୀ।ଆଜି ଶିରିପୁର ଗାଁରେ ଏକ ହରିଣକୁ କିଛି ବୁଲା କୁକୁର ଗୁଡାଇ କାମୁଡ଼ିଥିଲେ। ହରିଣଟି ଗାଁରେ ଥିବା ଏକ ପୋଖରୀରେ ପଡିଯାଇଥିଲା। ଗ୍ରାମବାସୀମାନେ ହରିଣଟିକୁ ଆହତ ଅବସ୍ଥାରେ ପୋଖରୀରୁ ଉଦ୍ଧାର କରି ଔପଦା ବନବିଭାଗକୁ ଖବର ଦେଇଥିଲେ।ଖବର ପାଇ ଔପଦା ଫରେଷ୍ଟର ପ୍ରକାଶ କୁମାର ମହାନ୍ତି ଏବଂ ସବୁଜବାହିନୀର କର୍ମଚାରୀମାନେ ଶିରିପୁର ଗାଁରେ ପହଞ୍ଚି ହରିଣଟିକୁ ଉଦ୍ଧାର କରିଥିଲେ।ଏବେ ଜଙ୍ଗଲରେ ନିଆଁ ଲାଗୁଥିବାରୁ ନିଆଁ ଭୟରେ ଖାଦ୍ୟ ଅନ୍ୱେଷଣରେ ଗ୍ରାମକୁ ହରିଣଟି ପଳେଇଆସିଥିବା ଜଣାପଡିଛି।

ବାଲେଶ୍ଵର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *