ସୂଚନା ଅଧିକାର ଆଇନର ପ୍ରଚାର ପ୍ରସାର ବିଷୟରେ ବିସ୍ତୃତ ଆଲୋଚନା

Spread the love

ପୁରୀ,(ନାଗରାଜ ନ୍ୟୁଜ): ପୁରୀ ଟାଉନ ସ୍ଥିତ ଡୁଡୁଵାଲା ଧର୍ମଶାଳା ରେ ଆଜି ସୂଚନା ଅଧିକାର କର୍ମୀ ମାନଙ୍କର ଏକ ସାଙ୍ଗଠନିକ ଓ ସୂଚନା ଅଧିକାର ଆଇନ ର ପ୍ରଚାର ପ୍ରସାର ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା. କିଭଳି ଭାବରେ ପୁରୀରୁ ଦୁର୍ନୀତି ମୁଳତ୍ପାଟନ ହୋଇପାରିବ ସେବିଷୟରେ ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ, ସଂଯୁକ୍ତା ପାଣିଗ୍ରାହୀ ଓ ବରିଷ୍ଠ ଆଇନ ଯିବି ସୁଧୀର ମହାନ୍ତି ମତବ୍ୟକ୍ତ କରିଥିଲେ. ଏହି ବୈଠକରେ 100ରୁ ଅଧିକ ସୂଚନାଧିକାର କର୍ମୀ ଯୋଗ ଦେଇଥିଲେ, ଏହି କାର୍ଯ୍ୟକ୍ରମ ରେ ରାଜ୍ୟଆବାହକ ପ୍ରଦୀପ ପ୍ରଧାନ, ସଂଯୁକ୍ତା ପାଣିଗ୍ରାହୀ, ସୁଧୀର ମହାନ୍ତି,ପ୍ରଦୀପ୍ତ ପାଣିଗ୍ରାହୀ, ଅବିନାଶ ମିଶ୍ର, ସୁଶୀଲ ସାହୁ ନିରଞ୍ଜନ ସାହୁ, ସନ୍ତୋଷ ମହାନ୍ତି, ବାଟକୃଷ୍ଣ ପ୍ରଧାନ, ଅନିଲ ସାହୁ, ବବିନା ଜେନା, ସୁଶାନ୍ତ ପ୍ରଧାନ, ସୁବାଷ ସେଠି ପ୍ରମୁଖ ସୂଚନାଧିକାର କର୍ମୀ ମାନେ ଯୋଗଦେଇ ଥିଲେ.

Leave a Reply

Your email address will not be published. Required fields are marked *