କେନ୍ଦୁଝର ଜିଲ୍ଲା ସାଂସ୍କୃତିକ ଭବନରେ ଦେବସେନା ଜିଲ୍ଲା ସଂଗଠନ ଦ୍ଵାରା ହିନ୍ଦୁ ରାଷ୍ଟ୍ର ସଂକଳ୍ପ ସମାବେଶ ଅନୁଷ୍ଠିତ

Spread the love

କେନ୍ଦୁଝର,(ନାଗରାଜ ନ୍ୟୁଜ): କେନ୍ଦୁଝର ଜିଲ୍ଲା ସାଂସ୍କୃତିକ ଭବନରେ ଦେବସେନା ଜିଲ୍ଲା ସଂଗଠନ ଦ୍ଵାରା ହିନ୍ଦୁ ରାଷ୍ଟ୍ର ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଆଦରଣୀୟ ବୃଜ ଭୁଷଣ ସୈନୀ, ରାଷ୍ଟ୍ରୀୟ ମହିଳା ପ୍ରକୋଷ୍ଠ ଅଧ୍ୟକ୍ଷା ରାଧେ ଯୋଗାଚାର୍ଯ୍ୟ, ପ୍ରଦେଶ ଅଧ୍ୟକ୍ଷ ଘେନୁରାମ ମଙ୍ଗରାଜ, ପ୍ରଦେଶ ମହାସଚିବ ଶିବାଜୀ ପଟ୍ଟନାୟକ, ପ୍ରଦେଶ ଅଧ୍ୟକ୍ଷ (ଗୋରକ୍ଷା ପ୍ରକୋଷ୍ଠ) ଜୀତେନ୍ଦ୍ର କୁମାର ସାହୁ, ପ୍ରଦେଶ ପରାମର୍ଶଦାତା ଅଜିତ ପାଣିଗ୍ରାହୀ, ରାଷ୍ଟ୍ରୀୟ ମହିଳା ପ୍ରକୋଷ୍ଠ ସଚିବ ଭ‌ଉଣୀ ଶୁଭ୍ର ଜ୍ୟୋସ୍ନା ମହାନ୍ତି, ମୁଖ୍ୟ ବକ୍ତା ଦେବରାଜ ଆଚାର୍ଯ୍ୟ, ସମ୍ମାନିତ ଅତିଥି ଡ଼ ଅରୁଣ କୁମାର ସାହୁ, ପ୍ରଦେଶ ଉପାଧ୍ୟକ୍ଷ ଅଜୟ କୁମାର ସାହୁ, ମଞ୍ଚ ପରିଚାଳନା ଦୀପକ କୁମାର ମହନ୍ତ କରିବା ସହିତ ଜିଲ୍ଲା ଅଧ୍ୟକ୍ଷ ଲୋକ ନାଥ ଗିରୀ, କାର୍ଯ୍ୟକ୍ରମ ସଂଯୋଜକ ପ୍ରଶାନ୍ତ କୁମାର ରାୟ,ମାନସ ସାହୁ,ମାନସ ରଞ୍ଜନ ଚୌଧୁରୀ ଜିଲ୍ଲା ଗୋରକ୍ଷା ପ୍ରକୋଷ୍ଠ ଅଧ୍ୟକ୍ଷ ରଙ୍ଗାଧର ନାଥ ଭାଇ ସହିତ ଶତାଧିକ ଦେବସୈନିକ ଉପସ୍ଥିତ ରହି ଅସ୍ତ୍ର ଦିକ୍ଷା ନେଇ ହିନ୍ଦୁ ରକ୍ଷା, ରାଷ୍ଟ୍ର ରକ୍ଷା,ଗୋରକ୍ଷା ପାଇଁ ସାମୁହିକ ଭାବରେ ସପଥ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ପ୍ରଚାର ପ୍ରସାର ପାଇଁ ପ୍ରଦେଶ ଆଇଟିସେଲ୍ ପ୍ରଭାରୀ ପ୍ରଶାନ୍ତ କୁମାର ନାୟକ ଦାୟିତ୍ଵ ସମ୍ପାଦନା କରିଥିଲେ। ପ୍ରତିକୁଳ ପରିବେଶ ରେ ମଧ୍ୟ ଭିଷଣ ବର୍ଷାକୁ ଖାତିରି ନ କରି ଉତ୍ସାହିତ ହୋଇ ଏହି କାର୍ଯ୍ୟକ୍ରମ କୁ ସଫଳ କରିଥିବା ସମସ୍ତ ଦେବସୈନିକ ସନାତନୀ ଭାଇ ଓ ଭଉଣୀ ମାନଙ୍କୁ ଦେବସେନା ଓଡ଼ିଶା ପ୍ରଦେଶ ପରିବାର ଧନ୍ୟବାଦ ଅର୍ପଣ କରୁଛି।

Leave a Reply

Your email address will not be published. Required fields are marked *