ଜୀବନ୍ତ ଦଗ୍ଧ ହେଲେ ଭିନ୍ନକ୍ଷମ ଯୁବତୀ

Spread the love

କଟକ,(ନାଗରାଜ ନ୍ୟୁଜ): ସୋମବାର ସନ୍ଧ୍ୟାରେ କଟକ ସୁତାହାଟ ର ଖ୍ରୀଷ୍ଟିଆନ ସାହି ର ଏକ ତିନି ମହଲା ଘରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଘର ଭିତରେ ଥିବା ୨୨ ବର୍ଷୀୟା ଲତିଫା ଶେଖ ନାମ୍ନୀ ଜୈନକା ଭିନ୍ନକ୍ଷମ ଯୁବତୀ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି।ମିଳିଥିବା ସୂଚନା ଅନୁଯାୟୀ, ପ୍ରଦୀପ ମହାନ୍ତି ନାମକ ଜୈନକ ବ୍ୟକ୍ତିଙ୍କ ଘରେ ସାଜିଦ ଅଲ୍ଲୀ ତାଙ୍କ ପତ୍ନୀ ଓ ମାନସିକ ବିକାରଗ୍ରସ୍ତ କନ୍ୟା ସହ ଭଡ଼ାରେ ରହୁଥିଲେ।ସୋମବାର ସନ୍ଧ୍ୟାରେ ଝିଅ ଲତିଫା କୁ ଘରେ ଏକୁଟିଆ ଛାଡି ପତ୍ନୀଙ୍କ ସହ ବାହାରକୁ କୌଣସି କାର୍ଯ୍ୟରେ ଯାଇଥିଲେ।ଏହି ସମୟରେ ଘର ର ଦ୍ଵିତୀୟ ମହଲାରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା।ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଅଗ୍ନିଶମ ବହିନୀ ତୁରନ୍ତ ଘଟଣା ସ୍ଥଳରେ ପହଂଛି ନିଆଁ କୁ ଆୟତ କରି ଘର ଭିତରୁ ଲାତିଫା କୁ ଉଦ୍ଧାର କରି ହସ୍ପିଟାଲ ରେ ଭର୍ତି କରିଥିଲେ।ମାତ୍ର ଶରୀର ର ଅର୍ଦ୍ଧାଧିକ ଅଂଶ ପୋଡି ଯାଇଥିବାରୁ ଯୁବତୀ ଙ୍କ ମୃତ୍ୟୁ ଘଟିଥିଲା।ପୋଲିସ ପହଂଛି ମୃତଦେହ କୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି।ଅଗ୍ନିକାଣ୍ଡ ର କାରଣ ଜଣା ପଡ଼ିନାହିଁ।

Leave a Reply

Your email address will not be published. Required fields are marked *