କପିଳାଶ ପୀଠରେ ନୂତନ ଶିବ ପ୍ରତିମୂର୍ତ୍ତି ଉନ୍ମୋଚନ ପୂର୍ବରୁ ନାମ କରଣକୁ ନେଇ ଅସନ୍ତୋଷ

Spread the love

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକ ଅନ୍ତର୍ଗତ ଦେଓଗାଁ ଗ୍ରାମ ପଞ୍ଚାୟତ ସ୍ଥିତ କପିଳାଶର ପ୍ରସିଦ୍ଧ ଶୈବପୀଠ ଠାରେ ମହାପ୍ରଭୁଶ୍ରୀଶ୍ରୀ ବାବା ଚନ୍ଦ୍ରଶେଖର ମହାଦେବପୂଜା ପାଇ ଆସୁଛନ୍ତି ପୁରାଣ ବର୍ଣ୍ଣିତ ଅନୁଯାଇ ଭାରତ ବର୍ଷରେ ଥିବା ପ୍ରମୁଖ ଶୈବପୀଠ ମାନଙ୍କ ମଧ୍ୟରେ ଉକ୍ତ ପୀଠ ଅନ୍ୟତମ ଅଟେ ଏଠାରେ ବାବା ଚନ୍ଦ୍ରଶେଖର ମହାଦେବପୂଜା ପାଉଛନ୍ତି ତାହା ଜାଣି ସୁଦ୍ଧା କିପରି ଭାବରେ ଦେବୋତ୍ତର ବିଭାଗ ଏତେବଡ଼ ତ୍ରୁଟି କଲା ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା ସୂଚନାରୁ ଜଣାଯାଏ ଆଜି ଉକ୍ତ ପୀଠର ପାଦ ଦେଶରେ2ଲକ୍ଷ୍ୟ ଟଙ୍କାରେ ନିର୍ମିତ ଶିବ ଙ୍କର ପ୍ରତିମୂର୍ତ୍ତି ଯାହାକି ମୟୁରଭଞ୍ଜ ଜିଲ୍ଲାର ଖିଚିଙ୍ଗି ଠାରୁ ଅଣାଯାଇ ଏଠାରେ ସ୍ଥାପନ କରାଯାଇଛି କିନ୍ତୁ ଦୁଃଖର କଥାପ୍ରଶାସନ ପକ୍ଷରୁ ଲଗାଯାଇଥିବା ନାମ ଫଳକ ରେ ବାବା ଶ୍ରୀଶ୍ରୀ କପିଳେଶ୍ୱର ଲେଖା ଯାଇଥିଲା ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବାରୁ ପୁଣି ଆଜି ପ୍ରଶାସନ ପକ୍ଷରୁ ଉଦଘାଟନ ପୂର୍ବରୁ ଉକ୍ତ ଶୁଭ ଘାଟନ ଫଳକରୁ ଉକ୍ତ ନାମକୁ ହଟାଇ ଦିଆଯାଇ କଳା ରଙ୍ଗରେ ଲିଭାଇ ଦିଆଯାଇ ଥିବାର ଦେଖିବାକୁ ମିଳିଥିଲା ପ୍ରଶାସନ ପକ୍ଷରୁ କାହାର ଇଙ୍ଗିତରେ ଏପରି କାର୍ଯ୍ୟ କରାଯାଇ ଥିଲା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି .

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *