ହବିଷ୍ୟାଳୀ ମାମାନଙ୍କୁ କମ୍ବଳ ବଣ୍ଟନ

Spread the love

ପୁରୀ,(ନାଗରାଜ ନ୍ୟୁଜ): ହବିଷ୍ୟାଳୀ ମା ମାନଙ୍କୁ ଓଡିଶା ମୋ ପରିବାର ପକ୍ଷରୁ କମ୍ବଳ ବଣ୍ଟନ କରାଯାଇଛି। ଆଜି ଅପରାହ୍ନ ରେ ବୃନ୍ଦାବତୀ ନିବାସ ଠାରେ ସତ୍ୟବାଦୀ ବିଧାୟକ ଶ୍ରୀ ଉମାକାନ୍ତ ସାମନ୍ତରାୟ, ପପିଲି ବିଧାୟକ ଶ୍ରୀ ରୁଦ୍ର ପ୍ରତାପ ମହାରଥୀ, ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ସ୍ୱପ୍ନାରାଣୀ ସ୍ୱାଇଁ ହବିଷ୍ୟାଳୀ ମା ମାନଙ୍କୁ କମ୍ବଳ ବଣ୍ଟନ କରିବା ସହ ସେମାନଙ୍କ ସହ କଥାବାର୍ତ୍ତା କରିଥିଲେ। ରହିବା, ବୃନ୍ଦାବତୀ ପୂଜା କରିବା ,ଠାକୁର ଦର୍ଶନ କରିବା, ମହାପ୍ରସାଦ ସେବନ କରିବା ଓ ଭଜନ ପ୍ରବଚନ ଶୁଣିବାର ସୁ ବ୍ୟବସ୍ଥା ହୋଇଛି ବୋଲି ମା ମାନେ ମତ ଦେବା ସହ ହୁଳହୁଳି ଧ୍ୱନି ରେ ଆଶୀର୍ବାଦ କରିଥିଲେ। ମୋ ପରିବାର ଜିଲ୍ଲା ସଂଯୋଜକ ଶୁବାଶିଷ ଖୁଣ୍ଟିଆ ଏହାକୁ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *