ଉର୍ଜାବାନ ଓଡିଶା ତରଫରୁ ଟଙ୍କ ତୋରାଣି ବିତରଣ

Spread the love

ପୁରୀ, (ନାଗରାଜ ନ୍ୟୁଜ): ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ଉର୍ଜାବାନ ଓଡିଶା ତରଫରୁ ସ୍ଥାନୀୟ ଦଶାବତାର ମଠ ନିକଟରେ ଟଙ୍କ ତୋରାଣି ବିତରଣ ବ୍ୟବସ୍ଥା କାର୍ଯ୍ୟକ୍ରମ କରାଯାଇଛି l ଏହି କାର୍ଯ୍ୟକ୍ରମକୁ ପୂର୍ବତନ ନଗରପାଳ ସୁରେନ୍ଦ୍ର ନାଥ ଦାସ, ଉର୍ଜାବାନ ଓଡିଶା ଟ୍ରଷ୍ଟ ର ଉପଦେଷ୍ଟା ପୁଷ୍ପଜିତ ମହାପାତ୍ର, ଆଇନ ପରାମର୍ଶଦାତା ଅନିଲ କୁମାର ସାହୁ ଉଦଘାଟନ କରିଥିଲେ l ଖରାର ପ୍ରକୋପ ତଥା ଜଳ କଷ୍ଟରୁ ରକ୍ଷାପାଇବା ପାଇଁ ଏହିି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସଂଗଠନର ସଭାପତି ସନ୍ତୋଷ ସେନାପତି କହିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସଂପାଦିକା ନିହାରିକା ତ୍ରିପାଠୀ, ରଙ୍ଗଲତା ପଟ୍ଟନାୟକ, ଜିତେନ୍ଦ୍ର ପାତ୍ର, ନେତାଜୀ ତାପସ କୁମାର ସାହୁ, ଆଦର୍ଶ ମିଶ୍ର, ଧନେଶ୍ୱର ପାତ୍ର, ଦେବେନ୍ଦ୍ର ସୁବୁଦ୍ଧି, ଦିଲୀପ ଚିନୀରା, ବିଶ୍ୱଜିତ ଲେଙ୍କା, ଅଶ୍ୱିନୀ ସ୍ୱାଇଁ, ମନୋଜ ନାୟକ ମାନେ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *