ରେଭେନ୍ସା କଲେଜିଏଟ ସ୍କୁଲ ପରିସରରେ ଜିଲ୍ଲାସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ମେଳା ଅନୁଷ୍ଠିତ

Spread the love

କଟକ,(ନାଗରାଜ ନ୍ୟୁଜ): କଟକ ଜିଲ୍ଲା ଶିକ୍ଷା ମଣ୍ଡଳ ଆନୁକୁଲ୍ୟରେ ଆଜି ରେଭେନ୍ସା କଲେଜିଏଟ ସ୍କୁଲ ପରି ସରରେ ଜିଲ୍ଲା ସ୍ତରୀୟ ବିଜ୍ଞାନ,ଗଣିତ ଓ ପରିବେଶ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ସି ଏମ ସି ସମେତ 14ଟି ବ୍ଲକର ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଥିବା 90 ଟି ପ୍ରକଳ୍ପ ଏହି ମେଳାରେ ପ୍ରଦର୍ଶିତ କରାଯାଇଛି। ଏହି ମେଳାରୁ ଶ୍ରେଷ୍ଠ ପ୍ରକଳ୍ପ ବିବେଚିତ ହୋଇ ରାଜ୍ୟ ସ୍ତରୀୟ ବିଜ୍ଞାନ ମେଳାକୁ କଟକ ଜିଲ୍ଲା ରୁ ପ୍ରତିନିଧିତ୍ଵ କରିବେ। ମୁଖ୍ୟ ଅତିଥି ଭାବେ କଟକ ମେୟର ସୁବାସ ଚନ୍ଦ୍ର ସିଂ ମୁଖ୍ୟ ବକ୍ତା ଭାବରେ ପ୍ରମୋଦ କୁମାର ମହାପାତ୍ର ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଶିକ୍ଷା ଅଧିକାରୀ ଦୀପ୍ତିମୟି ଶୁଭ ଦର୍ଶିନି, ଡକ୍ଟର ସନ୍ତୋଷ କୁମାର ରାଉତ୍, ସୋନାମିକା ରାୟ, ରେଭେନ୍ସା କଲି ଜିଏଟ ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ଡକ୍ଟର ଅନୁସ୍ମିତା ସ୍ଵାଇଁ,ଜିଲ୍ଲା ବିଜ୍ଞାନ ସୁପର ଭାଇଜର ଅକ୍ଷୟ କୁମାର ନନ୍ଦ ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଆଜିର ଦୁନିଆରେ ବିଜ୍ଞାନର ଅଗ୍ରଗତି ତଥା ଆବଶ୍ୟକତା ଉପରେ ଆଲୋକ ପାତ କରିଥିଲେ ।

ମୁଖ୍ୟ ଅତିଥି ସୁବାସ ସିଂ ଆଧୁନିକ ବିଜ୍ଞାନ ଯୁଗରେ ବିଜ୍ଞାନର ଅପ ବ୍ୟବହାର ବାୟୁ ମଣ୍ଡଳ ଘନ ଘନ ପରିବର୍ତ୍ତନ ଘଟି ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି ତେଣୁ ଦୂଷିତ ପରିବେଶ କୁ ରୋକିବା ପାଇଁ ସମଗ୍ର ବିଶ୍ଵ ବାସୀଙ୍କ ଲାଗି ଆହ୍ଵାନ ଆସିଛି ବୋଲି ମୁଖ୍ୟ ଅତିଥି ଶ୍ରୀ ସିଂ କହିଥିଲେ। ମୁଖ୍ୟ ବକ୍ତା ଭାବେ ଶ୍ରୀ ପ୍ରମୋଦ କୁମାର ମହାପାତ୍ର ବିଜ୍ଞାନ ମେଳା ମାଧ୍ୟମରେ ବିଜ୍ଞାନର ବାର୍ତା ଛାତ୍ର ଛାତ୍ରୀଙ୍କ ନିକରେ ପହଞ୍ଚି ପାରିବ। ବିଜ୍ଞାନ ମେଳା ମାଧ୍ୟମରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଥିବା ପ୍ରତିଭା ଲୋକ ଲୋଚନକୁ ଆସି ପାରିବ।ଛାତ୍ର ଛାତ୍ରୀ ମାନେ ଆଧୁନିକ ଜ୍ଞାନ କୌଶଳ ସମ୍ପର୍କ ରେ ବହୁ ତଥ୍ୟ ମେଳାରୁ ହାସଲ କରି ପାରିବେ ବୋଲି ଶ୍ରୀ ମହାପାତ୍ର କହିଥିଲେ। ପ୍ରାରମ୍ଭରେ ଖାନ ନଗର ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ଷଡଙ୍ଗୀ ଅତିଥି ପରିଚୟ ସହିତ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ।ଜିଲ୍ଲା ଶିକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ନାୟକ୍ ସଭାରେ ସଭାପତିତ୍ବ କରିଥିଲେ। ଏହି ମେଳାରେ କଟକ ଜିଲ୍ଲାର ପ୍ରତ୍ୟେକ ବ୍ଲକ୍ ଶିକ୍ଷା ଅଧିକାରୀ,ବିଜ୍ଞାନ ଶିକ୍ଷକ ଏବଂ ପ୍ରଧାନ ଶିକ୍ଷକ ମାନେ ଯୋଗ ଦେଇଥିଲେ।ପ୍ରାରମ୍ଭ ରେ ରେଭେନ୍ସା କଲିଯିଏଟ ସ୍କୁଲର ଛାତ୍ର ଛାତ୍ରୀ ମାନେ ବିଶ୍ୱନାଥ ମିଶ୍ରଙ୍କ ନିର୍ଦ୍ଦେଶନାରେ ପରରମ୍ଭିକ ସଙ୍ଗୀତ ଗାନ କରିଥିଲେ । ଏହି କାର୍ଯ୍ୟ କ୍ରମରେ ଚୌଧୁରୀ ରମାକାନ୍ତ ପ୍ରହରାଜ, ମିହିର କୁମାର ପରିଡ଼ା,ସୁକାନ୍ତ କୁମାର ଷଡଙ୍ଗୀ,ପ୍ରଦୀପ ନାୟକ,ନନ୍ଦନ ମହାନ୍ତି,ପରେଶ୍ ମଲ୍ଲ ପ୍ରମୁଖ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *