ଆଜିଠାରୁ ଜିଲ୍ଲାସ୍ତରୀୟ ସ୍କାଉଟ ଓ ଗାଇଡ ଶିବିର ଆରମ୍ଭ

Spread the love

କଟକ,(ନାଗରାଜ ନ୍ୟୁଜ): ଖାନ ନଗର ହାଇସ୍କୁଲ ଠାରେ ଆଜିଠାରୁ ଜିଲ୍ଲାସ୍ତରୀୟ ସ୍କାଉଟ ଓ ଗାଇଡ ଶିବିର ଆରମ୍ଭ ହୋଇଛି।ଏହି ଶିବିରରେ ବିଭିନ୍ନ ବିଦ୍ୟାଳୟରୁ 700 ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଯୋଗ ଦେଇଛନ୍ତି।ଆଜି ଅପରାହ୍ନ ରେ ମେୟର ଶ୍ରୀ ସୁବାସ ସିଂ ଆନୁଷ୍ଠାନିକ ଭାବରେ ଏହି ଶିବିରକୁ ଉଦ୍ଘାଟନ କରିଛନ୍ତି। ଆସନ୍ତା ମାର୍ଚ୍ଚ 1 ତାରିଖ ଦିନ କ୍ୟାମ୍ପ ଫାୟାର ମାଧ୍ୟମରେ ଶିବିର ଉଦଯାପିତ ହେବ। ସ୍କାଉଟ୍ ଗାଇଡ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ରଣ କୌଶଳ ସମ୍ପର୍କ ରେ ଶିବିରରେ ତାଲିମ ଗ୍ରହଣ କରିବେ। ବିଶେଷ କରି ଏହି ଛାତ୍ର ଛାତ୍ରୀ ମାନଙ୍କୁ ପ୍ରାଥମିକ ଚିକିତ୍ସା ଠାରୁ ଆରମ୍ଭ କରି ବିଭିନ୍ନ ଦୁର୍ଘଟଣା ଜନିତ ଉଦ୍ଧାର କାର୍ଯ୍ୟ ସମ୍ପର୍କ ରେ ଶିବିର ରେ ପ୍ରଶିକ୍ଷଣ କରାଯିବ। ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଡକ୍ଟର ସନ୍ତୋଷ କୁମାର ରାଉତ ଙ୍କ ଅଧ୍ୟକ୍ଷତାରେ ଉଦଘାଟନ ସମାରୋହ ଅନୁଷ୍ଠିତ ହୋଇଥିଲା। ପ୍ରାରମ୍ଭରେ ଖାନ ନଗର ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ଷଡଙ୍ଗୀ ସ୍ଵାଗତ ଭାଷଣ ଦେବା ସହିତ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ମେୟର ଶ୍ରୀ ସିଂ ଆନୁଷ୍ଠାନିକ ଭାବେ ଏହି ଶିବିରକୁ ଉଦ୍ଘାଟନ କରି କହିଲେ ଭାରତ ସ୍କାଉଟ୍ ଗାଇଡ ଏକ ସ୍ବେଛା ମୂଳକ ସଂଗଠନ। ଏହାର ମୂଳ ଲକ୍ଷ୍ୟ ହେଲା ସେବା ବିଭିନ୍ନ ଅଘଟଣ ଏବଂ ଦୁର୍ଘଟଣା ସମୟରେ ଏମାନେ ଉଦ୍ଧାର କାର୍ଯ୍ୟ ରେ ନିୟୋଜିତ ହୋଇଥାନ୍ତି। ଲୋକ ମାନଙ୍କର ଆପଦ୍ ବିପଦ କାଳୀନ ପରିସ୍ଥିତିରେ ଏମାନେ ସେବା ଯୋଗାଇ ଦେଇ ଥାନ୍ତି ବୋଲି କହିଥିଲେ । ମୁଖ୍ୟ ଅତିଥି ଭାବରେ ଭାରତ ସ୍କାଉଟ୍ ଗାଇଡ ର ରାଜ୍ୟ ଉପସଭାପତି ଜଷ୍ଟିସ ମନୋରଞ୍ଜନ ମହାନ୍ତି,ସମ୍ମାନିତ ଅତିଥି ଭାବେ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଦୀପ୍ତିମୟୀ ଶୁଭ ଦର୍ଶିନି,ସୋନାମିକା ରାୟ ପ୍ରମୁଖ ଯୋଗ ଦେଇ କହିଲେ ଭାରତ ସ୍କାଉଟ୍ ଗାଇଡ ଏକ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ନେଇ ଜନ୍ମ ଗ୍ରହଣ କରିଥିଲା। ଆଜିର ଛାତ୍ର ଛାତ୍ରୀ ମାନେ ନିଜକୁ ସ୍କାଉଟ୍ ଗାଇଡ ରେ ସାମିଲ ହୋଇ ଏହାର ଲକ୍ଷ୍ୟ କୁ ପୁରଣ କରନ୍ତୁ ବୋଲି କହିଥିଲେ।ଏହି ଶିବିରରେ ବିଭିନ୍ନ ବିଦ୍ୟାଳୟରୁ 80 ଜଣ ସ୍କାଉଟ୍ ମାଷ୍ଟର 70 ଜଣ ଗାଇଡ କାପ୍ଟେନ ଙ୍କ ସହିତ 20ଜଣ ରୋଭର 30ଜଣ ରେଞ୍ଜର ଯୋଗ ଦେଇ ଶିବିରକୁ ସଫଳ କରିବା ନିମନ୍ତେ ଉଦ୍ୟମ କରିଥିଲେ। ଶେଷରେ ଜିଲ୍ଲା ସ୍କାଉଟ୍ କମିଶନର ଅଶୋକ କୁମାର ମହାପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ। ଗାଇଡ କମିଶନର ନିରୁପମା ମଲ୍ଲିକ, ଜିଲ୍ଲା କ୍ରୀଡା ଶିକ୍ଷା ପରିଦର୍ଶକ ସୌଦାମିନୀ ଦାସ, ପ୍ରଦୀପ୍ତ କୁମାର ମହାନ୍ତି, ସରୋଜିନୀ ସାହୁ, ବିପିନ ବିହାରୀ କର, ଚନ୍ଦ୍ରଶେଖର ପରିଡ଼ା, ଆଜ୍ଞା କୁମାର ଜଟ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *