ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ସପ୍ତାହ ଉଦଯାପିତ

Spread the love

କଟକ,(ନାଗରାଜ ନ୍ୟୁଜ): ଓଡ଼ିଶା ସରକାରଙ୍କର ଜଳସମ୍ପଦ ବିଭାଗ ପକ୍ଷରୁ ଆଜି ପ୍ରତାପ ନଗରିସ୍ଥିତ ଜଳ ଓ ଭୂମି ପରିଚାଳନା ପ୍ରତିଷ୍ଠାନ ଠାରେ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ସପ୍ତାହ ଉଦଯାପିତ ହୋଇଯାଇଛି । ଏହି ଉଦଯାପନ ଦିବସରେ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଅତିଥି ଭାବରେ ଯୋଗ ଦେଇ କହିଲେ ରାଜ୍ୟ ସରକାର କୃଷି ଓ କୃଷକର ବିକାଶ ପାଇଁ ବହୁ ଯୋଜନା କରିଛନ୍ତି । ପାଣି ପଞ୍ଚାୟତ ଏକ ଅନ୍ୟ ତମ ପରିକଳ୍ପନା । ଜଳକୁ ସଂରକ୍ଷଣ କରି ତାହାକୁ ଚାଷରେ ବ୍ୟବହାର କରିବା ପାଇଁ ଅତିଥି ମାନେ ପରାମର୍ଶ ଦେଇଥିଲେ ।କଟକ ଜିଲ୍ଲା ପାଳ ଶ୍ରୀ ଭବାନି ଶଙ୍କର ଚଇନି ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ଉଦଯାପିତ ହୋଇଯାଇଛି। ବିଧାୟକ ଡକ୍ଟର ପ୍ରମୋଦ କୁମାର ମଲ୍ଲିକ, ବିଧାୟକ ସୌଭିକ ବିଶ୍ଵାଳ, କଟକ ଜିଲ୍ଲା ପରିଷଦର ଉପ ସଭାପତି ସୁଭଦ୍ରା ଦାସ, ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପୂର୍ଣ୍ଣ ଚନ୍ଦ୍ର ରଥ, ପ୍ରଫେସର୍ ରବିନାରାୟଣ ନାୟକ ଅତିଥି ଭାବରେ ଯୋଗଦେଇ କହିଲେ ଜଳ ଭିତ୍ତି ଭୂମି ନିର୍ମାଣ ଅଧିକରୁ ଅଧିକ କୃଷି କ୍ଷେତ୍ରକୁ ଜଳ ସେଚନ ବ୍ୟବସ୍ଥା ସହିତ ପାଣି ପଞ୍ଚାୟତ କୁ ସୁଦୃଢ଼ କରି ପାରିବ। ଓଡ଼ିଶା ଜଳ ସେଚନ ପରିଚାଳନାରେ ଅଗ୍ରଣୀ ରାଜ୍ୟ। ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରବନ୍ଧ, ଚିତ୍ରାଙ୍କନ, କୁଇଜ୍ ପ୍ରତି ଯୋଗିତା ଅନୁଷ୍ଠିତ ହୋଇଥିଲା । କୃତି ପ୍ରତି ଯୋଗୀ ମାନଙ୍କୁ ପ୍ରଥମ କୁ ଦୁଇ ହଜାର ପାଞ୍ଚ ଶହ, ଦ୍ଵିତୀୟ କୁ ଦୁଇ ହଜାର,ଏବଂ ତୃତୀୟ କୁ ଏକ ହଜାର ପାଞ୍ଚ ଶହ ଅର୍ଥ ସହିତ ଟ୍ରଫି ପ୍ରଦାନ କରାଯାଇଥିଲା। ଅତିରିକ୍ତ ସଚିବ ଅନୀଲ ପଟ୍ଟନାୟକ କାର୍ଯ୍ୟ କ୍ରାମକୁ ପରିଚାଳନା କରିଥିଲେ। ସୁପ୍ରିୟା ସାହୁ ଧନ୍ୟବାଦ୍ ଦେଇଥିଲେ।

Leave a Reply

Your email address will not be published. Required fields are marked *