ମାଟିଆପଡା ପରିଦର୍ଶନ କଲେ ଜିଲ୍ଲାପାଳ

Spread the love

ପୁରୀ,(ନାଗରାଜ ନ୍ୟୁଜ): ପୁରୀ ମାଟିଆପଡା କୋଣାର୍କ ରେଲୱେ ଓଭର ବ୍ରିଜ ନିର୍ମାଣ ପାଇଁ ଆରମ୍ଭ ହୋଇଛି କାର୍ଯ୍ୟ। ହିତାଧିକାରୀ ମାନଙ୍କୁ କ୍ଷତି ପୂରଣ ପ୍ରଦାନ କରାଯାଉଛି। ଏହାକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳ ସମର୍ଥ ବର୍ମା ଆଜି ପୂର୍ବାହ୍ନରେ ମାଟିଆପଡା ଅଞ୍ଚଳ ବୁଲି ଦେଖିବା ସହ ହିତାଧିକାରୀଙ୍କ ସହ କଥା ହୋଇଥିଲେ।ଜିଲ୍ଲାପାଳ ଙ୍କ ସହ ଡେପୁଟି କଲେକ୍ଟର ଶ୍ରୀ ପ୍ରଶାନ୍ତ କୁମାର ଜେନା, ଶ୍ରୀ ରଞ୍ଜନ ବେହେରା, ଜାତୀୟ ରାଜପଥର ପ୍ରତିନିଧି ଓ ଅନ୍ୟାନ୍ୟ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *